ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଦେବେନ୍ଦ୍ରନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହରର ବିଶିଷ୍ଟ ଡାକ୍ତର ରାଧାନାଥ ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ମୋଟାପାପଣ ଓ ଏଥିରୁ ମୁକ୍ତି ତଥା ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ବରିଷ୍ଠ ଅଧ୍ୟାପିକା ଡ଼ଃ ସମ୍ପାଦିକା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଡା.ମହାପାତ୍ର ମଣିଷ ଅତ୍ୟଧିକ ମୋଟା ହେଲେ ତାର ପାରିପାର୍ଶ୍ବିକ ସ୍ଥିତି ଓ ଏଥିରୁ କିପରି ମୁକ୍ତି ହେବେ ସେ ସମ୍ପର୍କରେ ମତ ରଖି କହିଲେ ଏହା ଦ୍ବାରା ବିଭିନ୍ନ ପ୍ରକାର ରୋଗ ଦେଖାଦେଇଥାଏ । ସାଧାରଣତଃ ମଧୁମେହ, କ୍ୟାନସର, ଗାଲଷ୍ଟୋନ, ଆଣ୍ଠୁ ଗଣ୍ଠି ଦରଜ ଭଳି ରୋଗ ଦେଖାଦେଇଥାଏ । ଏଥରୁ ନିରାକରଣ ପାଇଁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷା, ଜଙ୍କଫୁଡରୁ ଦୂରେଇ ରହିବା, ନିଜର ମୋଟାପଣରୁ ମୁକ୍ତି ପାଇଁ ଦୈନନ୍ଦିନ ବ୍ୟାୟାମ, ଖାଦ୍ୟ ପେୟରେ ସନ୍ତୁଳନ, ମାଦକ ଦ୍ରବ୍ୟ ବର୍ଜନ ପାଇଁ ସେ ଆହ୍ୱାନ ଦେଇଥିଲେ । ଏହା ସହ ଆଖିକୁ ଦେଖାଯାଉଥିବା ଓ ନଦେଖାଯାଉଥିବା ମୋଟାପଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହା ସହ ଛାତ୍ର ଛାତ୍ରଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ଅଧ୍ୟକ୍ଷ ଡ଼ଃ ବେହେରା ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଆଲୁମିନୀ ଆସୋସିଏସନ୍ର ସଭାପତି ଡ଼ଃ ସୁମନ ଦତ୍ତ ଓ ଶେଷରେ ଲୋକ ସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ ଆଲୋଚନାର ଉପାଦେୟତା ସମ୍ପର୍କରେ ଆଲୋଚନା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ଼ଃ ପ୍ରଜ୍ଞା ପରମିତା ପଣ୍ଡା, ଡ଼ଃ ଦିବ୍ୟେନ୍ଦୁ କୁମାର ପଣ୍ଡା, ତନ୍ମୟରାଜ ପାଢ଼ୀ, ମନୋରଞ୍ଜନ ମହାନ୍ତି, ଲକ୍ଷ୍ମୀପ୍ରିୟା ସାହୁ, ସୁଜାତା ନାୟକ, ଅକ୍ଷୟ ଦାଶ, ଅମିତା ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Next Post