oom

ଫାଇଲେରିଆ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ମୁନିଗୁଡ଼ା, (ରମାକାନ୍ତ ପାଡଲ) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଆଜି ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ଆଶିଷ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଦୁଖୀନୀ ନୃଣ୍ଡୁକା, ସମ୍ମାନିତ ଅତିଥି ମୁନିଗୁଡ଼ା ଥାନା ଅଧିକାରୀ ଶ୍ରୀମତୀ ସୌଦାମିନୀ ବେହେରା ଉପସ୍ଥିତ ରହିଥିଲେ । ଡାକ୍ତର ଆଶିଷ କୁମାର ପଣ୍ଡା ଫୋଇଲେରିଆ ନିରାକରଣ ବିଷୟରେ ଆଲୋକପାତ କରିଥିଲେ । ଏବଂ ପ୍ରଥମେ ମୁଖ୍ୟ ଅତିଥି ଶ୍ରୀମତୀ ନୃଣ୍ଡୁକା ଉକ୍ତ କାର୍ଯ୍ୟକ୍ରମକୁ ଫିତାକାଟି ଶୁଭ ଉଦ୍‌ଘାଟନ କରି ଔଷଧ ସେବନ କରିଥିବା ବେଳେ ପରେ ଉପସ୍ଥିତ ସମସ୍ତ ସାମ୍ବାଦିକ ମାନେ ଓ ଅନ୍ୟମାନେ ମଧ୍ୟ ଔଷଧ ସେବନ କରିଥିଲେ । ୪୦୦ ଶହ ବି.ଏଲ୍ଓ ମାନଙ୍କୁକୁ ନେଇ ଫାଇଲେରିଆ ନିରାକରଣ ପ୍ରତ୍ୟେକ ଗାଁ ଗାଁ ରେ ଔଷଧ ସେବନ କରାଇବାର କାର୍ଯ୍ୟକ୍ରମ ରହିଛି । ୧୦ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଏହା କରାଯିବ ବୋଲି ଡାକ୍ତର ଆଶିଷ କୁମାର ପଣ୍ଡା, ଗଣମାଧ୍ୟମକୁ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଡାକ୍ତର ଅନିଲ କୁମାର ବେହେରା, ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀଣୀ ସଂଯୁକ୍ତା ଗମାଙ୍ଗ, ମହିଳା ଶିଶୁ ବିକାଶ ଅଧିକାରୀଣୀ ଶ୍ରୀମତୀ ଡାଳିମ୍ବ ନାୟକ, ସ୍ୱାସ୍ଥ୍ୟ ମହିଳା କର୍ମୀ ପଦ୍ମିନୀ ସାହୁ ଫାଲେରିଆ ନିରାକରଣ କାର୍ଯ୍ୟକ୍ରମକୁ ଡ଼ାକ୍ତର ଅନିଲ କୁମାର ବେହେରା, ଦିବେସ କୁମାର ଜାନୀ ବିଏଏମ୍, ସୌଦାମିନୀ ମଲ୍ଲିକ, ଏଲ୍‌ଏଚ୍‌ଏଲ୍, ପଦ୍ମିନୀ ସାହୁ ଏଚ୍‌ଡ଼ବ୍ଲୁଏଫ୍, ଡାମିନୀ ହିଆଲ ଏଚ୍‌ଡ଼ବ୍ଲୁଏଫ୍‌ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.