ଆଗଲପୁର ବ୍ଲକ ବିଜେଡି ସଭାପତି ହେଲେ ଉତ୍ତମ ଭୋଇ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବିଜେଡି ସଭାପତି ଭାବେ ଉତ୍ତମ ଭୋଇ ମନୋନୀତ ହୋଇଛନ୍ତି । ସୂଚନା ମୁତାବକ ଶ୍ରୀ ଭୋଇ ବହୁ ବର୍ଷରୁ ବିଜେଡି ଦଳସହ ଜଡ଼ିତ ରହି ଦଳର ସାଂଗଠନିକ କାର୍ଯ୍ୟ ତୁଳାଇ ଆସୁଥିଲେ । ୨୦୧୭ ମସିହାରେ ବ୍ଲକ ଯୁବ ବିଜେଡ଼ି ଉପସଭାପତି, ୨୦୧୯ରୁ ୨୦୨୨ ମସିହା ପର୍ଯ୍ୟନ୍ତ ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସଂପାଦକ ଭାବେ ରହି ଦଳ ପାଇଁ ସାଂଗଠନିକ କାର୍ଯ୍ୟ ତୁଳାଇ ଆସୁଥିଲେ । ବର୍ତ୍ତମାନ ଶ୍ରୀ ଭୋଇ ବେନ୍ଦ୍ରା ସେବା ସମବାୟ ସମିତିର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ବ୍ଲକ ସଭାପତି ଭାବେ ମନୋନୀତ କରିଛନ୍ତି । ସଭାପତି ଭାବେ ମନୋନୀତ କରିଥିବାରୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତଥା ବଲାଙ୍ଗିର ଜିଲ୍ଲାର ସମସ୍ତ ନେତୃବୃନ୍ଦଙ୍କ ସହ ଲୋଇସିଂହା ନିର୍ବାଚନ ମଣ୍ଡଳୀର ନେତୃବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଆଗାମୀ ଦିନରେ ଆଗଲପୁର ବ୍ଲକର ଜନସାଧାରଣଙ୍କ ସମସ୍ୟା ଗୁଡିକ ତଥା ଦଳର ନିର୍ଦ୍ଦେଶ‌ ମୁତାବକ ସଂଗ୍ରାମ ଜାରି ରଖିବି‌ ବୋଲି ଗଣମାଧ୍ୟମ ଜରିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

Leave A Reply

Your email address will not be published.