ରେଳ ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରେଳ ଉପଭୋକ୍ତ ସଂଘ ତରଫରୁ ଭାରତୀୟ ରେଲବାଇ ଦକ୍ଷିଣ ପୂର୍ବ ଜୋନ୍‌ର ମୁଖ୍ୟ ନିରାପତ୍ତା କମିଶନର ଏସ୍‌. ମିତ୍ର, ସମ୍ବଲପୁର ମଣ୍ଡଳ ରେଳ ପ୍ରବନ୍ଧକ ପ୍ରଦୀପ କୁମାର ତଥା ଅନ୍ୟାନ୍ୟ ଅଧିକାରୀଙ୍କୁ ବଲାଙ୍ଗିର ରେଲ ଷ୍ଟେସନଠାରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ରେଳ ଉପଭୋକ୍ତ ସଂଘ ସଭାପତି ଧର୍ମବ୍ରତ ରଥ ଡିଆରୟୁସିସି ସଭ୍ୟ ବିକ୍ରମ ବହିଦାର, ଜେଡଆରୟୁସିସି ସଭ୍ୟ ତ୍ରିପୁରାରି ପାଣିଗ୍ରାହୀ, ସଂପାଦକ ଗୋପବନ୍ଧୁ ପୁରୋହିତ ତଥା ସଭ୍ୟ ପ୍ରଶନ୍ନ ମିଶ୍ର ପୁଷ୍ପଗୁଚ୍ଛ ପ୍ରଦାନ କରି ଅଧିକାରୀ ବୃନ୍ଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପରେ ସନ୍ଧ୍ୟାରେ ଲକ୍‌ଡାଉନ ପରବର୍ତ୍ତି ହାଓଡା ଟିଟିଲାଗଡ ଟ୍ରେନ ଯାତ୍ରୀଙ୍କୁ ଡିଆରୟୁସିସି ସଭ୍ୟ ବିକ୍ରମ ବହିଦାର, ସଂପାଦକ ଗୋପବନ୍ଧୁ ପୁରୋହିତ, ସହସଂପାଦକ ପ୍ରଭାକର ମିଶ୍ର, ସଭ୍ୟ ବସନ୍ତ ଆଚାର୍ଯ୍ୟ, ମନରଂଜନ ପୁରୋହିତ, ଛବିଲାଲ ବେହେରା ପ୍ରମୁଖ ଅଭିନନ୍ଦନ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.