
ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଳା ମ.ରାମପୁର ବ୍ଲକରେ ଥିବା ବିଭୂ ପ୍ରସାଦ ସାହୁଙ୍କ ରିଫ୍ରାଟ୍ରୋରିଜ ୟୁନିଟ ଦେଖିଲେ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଚାଉଳ ମିଲରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ଷ୍ଟିଲଫ୍ୟାକ୍ଟିରେ ବ୍ୟବହାର ନିମନ୍ତେ ପାଉଁଶ ଗୋଳା ପ୍ରସ୍ତୁତ କରିବା ସହିତ ଦେଶବାହାରକୁ ରପ୍ତାନୀ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଯୁବ ଉଦ୍ୟୋଗପତି ବିଭୂ ପ୍ରସାଦ ସାହୁଙ୍କ ହରିପ୍ରିୟା ରିଫ୍ରାଟ୍ରୋରିଜ ପ୍ରାଇଭେଟ୍ ଲିମିଟେଡ଼୍କୁ ଆଜି ମୁଖ୍ୟ ସଚିବ ପରିଦର୍ଶନ କରିଛନ୍ତି । ଏହି ୟୁନିଟ ପରିଦର୍ଶନ କରିବା ସହିତ ଏକ ସ୍ୱତନ୍ତ୍ର ଶିଳ୍ପର ଅଧିକାରୀ ହେଇଥିବା ଶ୍ରୀ ସାହୁଙ୍କୁ ପ୍ରଶଂସା କରିବା ସହିତ ଏହାର ପ୍ରକ୍ରିୟା, ବ୍ୟବହାର, ବ୍ୟବସାୟ ଉପରେ ପଚାରିବୁଝି ସନ୍ତୋଷ ବ୍ୟକ୍ତ କରି ଏହି ୟୁନିଟର ପରବର୍ତ୍ତୀ ଉନ୍ନତିକରଣରେ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ । ଆଜିର ଏହି ପରିଦର୍ଶନ ସମୟରେ ମୁଖ୍ୟ ସଚିବ ଉଦୟନାଥ ଦାସ(ଯୁଗ୍ମ ସଚିବ,ଏମଏସ୍ଏମଇ)ଙ୍କ ସମେତ ପିଡ଼ି ଡ଼ିଆରଡ଼ିଏ କଳାହାଣ୍ଡି ସୋମେଶ
ଉପାଧ୍ୟାୟ, ଡ଼ିଆଇସି(ଜିଏମ୍)ଦୀପକ କୁମାର ଅଗ୍ରୱାଲ, ସହକାରୀ ଅଧିକାରୀ ଡ଼ିଆଇସି ଏସ୍.ଆର୍ ବେହେରା, ମ.ରାମପୁର ପଂଚାୟତ ସମିିତି ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡା, ବିଡ଼ିଓ ଉତ୍ତମ କୁମାର ବାଗ, ମ.ରାମପୁର ସରପଂଚ ଚିତ୍ତରଂଜନ ବାଗ ପ୍ରମୁଖ ସଚିବ ଉପସ୍ଥିତ ରହିଥିଲେ ।