ls

ରୋତ୍ କଲେଜରେ ଯୁବ ରେଡକ୍ରସ ପ୍ରବେଶ ଉତ୍ସବ ଓ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ପାଇଁ ପ୍ରସ୍ତୁତି

sb

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀ ନିକେତନ, ରୋତଠାରେ ଯୁବ ରେଡକ୍ରସ ସ୍ଵେଚ୍ଛାସେବୀମାନଙ୍କ ପାଇଁ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଭୟ ଯୁକ୍ତ ୨ ଓ ଯୁକ୍ତ ୩ ର ୫୦ଜଣ ଛାତ୍ରଛାତ୍ରୀ ଯୁବ ରେଡ୍‌କ୍ରସର ସଦସ୍ୟତା ଗ୍ରହଣ କରି ଦୀକ୍ଷାନ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ କଲେଜର ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ରଥଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ରେଡକ୍ରସ ସଂଯୋଜକ ଡଃ ଦଇତାରୀ ପୂଜାରୀ ଯୋଗଦେଇ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ । ରେଡକ୍ରସ ଅଧିକାରୀ ଡଃ ଲିଙ୍ଗରାଜ ମେହେର ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟତମ ଅଧିକାରୀ ବାମଦେବ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ । ଆସନ୍ତା ଜାନୁୟାରୀ ୪ ରୁ ୬ ତାରିଖ ତିନିଦିନ ଧରି ଏହି ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲାର ୫୦ଟି କଲେଜରୁ ପ୍ରାୟ ଦେଢ଼ଶହ ସ୍ଵେଚ୍ଛାସେବୀ ଯୋଗଦେବେ ବୋଲି ଆୟୋଜକ ଅନୁଷ୍ଠାନର ରେଡକ୍ରସ ଅଧିକାରୀ ଡଃ ଲିଙ୍ଗରାଜ ମେହେର ସୂଚନା ଦେଇଛନ୍ତି ।

pc pk
Leave A Reply

Your email address will not be published.