ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ କୁହିବାହାଲ ହାଇସ୍କୁଲ ପ୍ରାଙ୍ଗଣରେ ୩ ଦିନ ବ୍ୟାପୀ ଜୁନିଅର ରେଡକ୍ରସ ତାଲିମ ଶିବିର ଉଦ୍ଯାପିତ ହୋଇଯାଇଛି । ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାର ସଂପାଦକ ସିଟିଏମ୍ ସୁଗୁଣା ଏବଂ ସୋନପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଆୟୋଜିତ ହୋଇଥିବା ଜୁନିଅର ରେଡକ୍ରସ ପରାମର୍ଶଦାତା ତାଲିମ ଶିବିର ଉଦ୍ଯାପିତ ହୋଇଯାଇଛି । ଆୟୋଜିତ ସଭାରେ କୁହିବାହାଲ ହାଇସ୍କୁଲର ପ୍ରଧାନଶିକ୍ଷକ ମୁରଲୀ ବିଶ୍ୱାଲ ଅଧ୍ୟକ୍ଷତା କରିଥିଲେ । ସୋନପୁର ଏଡିଓ ମଞ୍ଜୁଲତା ଭୋଇ ମୁଖ୍ୟଅତିଥି ଭାବରେ ଯୋଗଦେଇ ପରାମର୍ଶଦାତାମାନେ ଶିବିରରେ ଗ୍ରହଣ କରିଥିବା କୌଶଳ ପ୍ରୟୋଗ କରି ରେଡକ୍ରସର ମାନବୀୟ ଗୁଣକୁ ଛାତ୍ରଛାତ୍ରୀମାନଙ୍କୁ ଉପଲବ୍ଧି କରାଇବାରେ ସହାୟକ ହେବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାକୁ ମାର୍ଗଦର୍ଶନ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଗଡତିଆ, ଜିଲ୍ଲା ସଂପାଦକ ହିମାଂଶୁ ଶେଖର କର ଏବଂ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟାତ ଶିବରକୁ ପରିଚାଳନା କରିଥିଲେ । ସୁଦୂର ଗଂଜାମର ରାଜ୍ୟ ବରିଷ୍ଠ ସାଧନକର୍ମୀ ସରୋଜକାନ୍ତ ରଥ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଆର୍ଟିଓ ରବିନ କୁମାର ପଟ୍ଟନାଏକ, ଜିଲ୍ଲା ଜୁନିଅର ରେଡକ୍ରସ ଉପସଭାପତି ଗତିକୃଷ୍ଣ ମିଶ୍ର, ବରଗଡର ଜୁନିଅର ରେଡକ୍ରସ ଅଫିସର ମହେନ୍ଦ୍ର ଆଚାର୍ଯ୍ୟ, ଡିଏସ୍ଏସ୍ ପର୍ଶୁରାମ ମେହେର, ଦୈନିକ ଖବର କାଗଜ ନବଭାରତର ଜିଲ୍ଲା କରସ୍ପେଣ୍ଡେଂଟ କିଶନ କୁମାର ଅଗ୍ରୱାଲା ପ୍ରମୁଖ ମତବ୍ୟକ୍ତ କରିଥିଲେ । ରାଜ୍ୟସ୍ତରୀୟ ତଥା ଜିଲ୍ଲାସ୍ତରୀୟ ସାଧନକର୍ମୀମାନେ ଜିଲ୍ଲାର ବିଭିନ୍ନ ସ୍କୁଲରୁ ଆସିଥିବା ୩୦ଜଣ ପରାମର୍ଶଦାତାମାନଙ୍କୁ ରେଡକ୍ରସର ଇତିହାସ, ସପ୍ତନୀତି, ଉଦ୍ଦେଶ୍ୟ, ମୋଟ୍ଟୋ, ପ୍ରାଥମିକ ଚିକିତ୍ସା, ସ୍କୁଲ ସେଫ୍ଟି, ବିପର୍ୟ୍ୟ ପରିଚାଳନା, ସଡକ ସୁରକ୍ଷା, ଗୁଡସମରିଟାନ, ସୋଲାସିଅମ ଫଣ୍ଡ, ଶିଶୁ ସୁରକ୍ଷା, ବିଦ୍ୟାଳୟରେ ଜୁନିଅର ରେଡକ୍ରସର ମିନିମମ୍ କାର୍ଯ୍ୟକ୍ରମ, ରେକର୍ଡ କିପିଙ୍ଗ, ଡକୁମେନ୍ଟେସନ୍ ଭଳି ବିଭିନ୍ନ ପ୍ରସଙ୍ଗରେ ତାଲିମ ଦେଇଥିଲେ । ଶିବିରରେ ପ୍ରତ୍ୟହ ସକାଳେ ପ୍ରାର୍ଥନାସଭା, ଜର୍କ, ସଂନ୍ଧ୍ୟାରେ ସୋସିଆଲ ଗେମସ୍, ପତାକା ଉତ୍ତୋଳନ ଓ ଅବତରଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାଥମିକ ଚିକିତ୍ସା ଅଧ୍ୟାପକ ରବିଚନ୍ଦ୍ର ପଶାୟତ, ବରିଷ୍ଠ ସାଧନକର୍ମୀ ଝସକେତନ ମେହେର, ଅନୁପ୍ରୀୟା ମିଶ୍ର, ଚନ୍ଦ୍ରମଣି ବାଘ, ହୃଷିକେଷ ଡାଙ୍ଗ, ଚନ୍ଦ୍ର ଶେଖର ମହାପାତ୍ର, ଶେଷଦେବ ଛତ୍ର, ଆଶିଷ ନାଏକ, ଗୋପେଶ ପଣ୍ଡା, ତପସ୍ୱିନୀ ଦାଶ, ସଦାନନ୍ଦ ନାଏକ, ସସ୍ମିତା ସାହୁ, ଅନନ୍ତରାମ ପାଢୀ ପ୍ରମୁଖ ଶିବିରାର୍ଥଙ୍କୁ ତାଲିମ ଦେଇଥିଲେ । ସଭା କାର୍ଯ୍ୟକ୍ରମକୁ ଚନ୍ଦ୍ରମଣି ବାଘ ସଂଯୋଜନା କରିଥିଲେ । ଅତିଥି ବୃନ୍ଦ ପରାମର୍ଶଦାତା ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । ରାଜ୍ୟ ଜୁନିଅର ରେଡକ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁ ଶିବିରକୁ ପରିଦର୍ଶନ କରି ପ୍ରତ୍ୟେକ ସ୍କୁଲରେ ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମକୁ ଯୁଗପୋଯୋଗୀ କରିବା ସହିତ କମ୍ୟୁନିଟିର ସେବା କାର୍ଯ୍ୟକ୍ରମକୁ ତ୍ୱରାନ୍ୱୀତ କରିବାକୁ ଶିବିରାର୍ଥୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । କାର୍ୟ୍ୟକ୍ରମରେ ଡୋଲାମଣି ପଧାନ, କୁଂଜବିହାରୀ ସାହୁ, ରଂଜୟ ଧରୁଆ, ସୁଦାମ ମାଝି, ତପେଶ୍ୱର ସାହୁ, ରୋହିତ କୁମାର ପଟେଲ, ଗଜିନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ବିଦ୍ୟାଳୟ ପରାମର୍ଶଦାତା ଶେଷଦେବ ଛତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।