ରାସ୍ତା ଅବସ୍ଥା ଶୋଚନୀୟ : ମରାମତି ପାଇଁ ଗ୍ରାମବାସୀଙ୍କ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାରପାଣି ଗାଁରେ ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି । ଗ୍ରାମବାସୀଙ୍କ କହିବା ଅନୁସାରେ ଗ୍ରାମରେ କୌଣସି ପ୍ରକାରର ବିକାଶ ହୋଇ ନାହିିଁ ପାଞ୍ଚବର୍ଷ ବିତିଗଲେ ସୁଦ୍ଧା ଆମର କୌଣସି ସମସ୍ୟାର ସମାଧାନ ହୋଇପାରି ନାହିିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, କିଛି ଗାଁରେ ପାଣିର ସଙ୍କଟ ଅଛି ତ କିଛି ଗାଁରେ ଏଭଳି ଖରାଦିନେ ମଧ୍ୟ ଗାଁ ରାସ୍ତା ପାଣି କାଦୁଅରେ ସର୍ ସର୍ ହୋଇ ପଡିଛି । ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ରାସ୍ତାକଡରେ ନାଳା ନାହିଁ କି ରାସ୍ତା ମରାମତି ହୋଇପାରୁ ନାହିଁ କିମ୍ବା କିଛି ବିକାଶ ହୋଇପାରୁ ନାହିଁଁ । ପାଞ୍ଚବର୍ଷ ବିତିଯାଇଥିଲେ ମଧ୍ୟ ଗାଁ ରାସ୍ତା ପାଣି କାଦୁଅରେ ସର୍ ସର୍ ହୋଇ ପଡିଛି ବୋଲି ଚାରପାଣୀ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଭଳି ଅନେକ ସରପଞ୍ଚ କେତେ ଗଲେଣି କାହା ଆଖି ଦିଶୁ ନାହିଁ ଭୋଟ ନେଇ ଜାଣନ୍ତି ହେଲେ ବିକାଶ ପାଇଁ ଧ୍ୟାନ ଦେଇ ନ ଥାନ୍ତି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ଆମ୍ଭେ ଗାଁ ଲୋକଙ୍କୁ ବର୍ଷା ଦିନେ ଘରୁ ବାହାରକୁ ଯିବାଆସିବାରେ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥାଏ ଏହି ଭଳି ଆଉ କେତେଦିନ କାଦୁଅରେ ଯିବାଆସିବା କରିବୁ, ଆମ ଗାଁ ରାସ୍ତା ମରାମତି ନ ହେଲେ ଆଗାମୀ ଦିନରେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ସୃଷ୍ଟି କରିବୁ ବୋଲି ଗ୍ରାମବାସୀ ଓ ଗ୍ରାମର ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଚେତାବଦୀ ଦିଆଯାଇଛି । ଗଙ୍ଗାଜମୁନା ସ୍ଵୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଉର୍ମିଳା ନିଆଲ ଓ ସମ୍ପାଦିକା ରେମତି ନିଆଲ ଏବଂ ସଦସ୍ୟା ବୃନ୍ଦ। ରାଧାକୃଷ୍ଣ ସ୍ଵୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଭାରତି ବଛା, ସମ୍ପାଦିକା ପଦ୍ମା ବଛା ଓ ସଦସ୍ୟା ବୃନ୍ଦ, ମା’ ଧରଣି ଏସ୍ଏଚ୍‌ଜିର ସଭାନେତ୍ରୀ ନୃପତି ବଛା, ସମ୍ପାଦିକା ଆସ୍ମତି ବଛା ଓ ସଦସ୍ୟା ବୃନ୍ଦ, ମା’ ଭୈରବୀ ଏସ୍ଏଚ୍‌ଜିର ସଭାନେତ୍ରୀ ରିନା ବଛା, ସମ୍ପାଦିକା ଡାଲିମ୍ବ ବଛା ଓ ସଦସ୍ୟା ବୃନ୍ଦ, ମା’ ବନ ଦୂର୍ଗା ଏସ୍ଏଚ୍‌ଜିର ସଭାନେତ୍ରୀ ମଙ୍ଗଳେ ନିଆଲ, ସମ୍ପାଦିକା ଜମୁନା ନିଆଲ ଓ ସଦସ୍ୟା ବୃନ୍ଦ, ସୁନ୍ଦର ଧରଣି ଏସ୍ଏଚ୍‌ଜିର ସଭାନେତ୍ରୀ ଜାନକି ନିଆଲ, ସମ୍ପାଦିକା ଜଲମତି ନିଆଲ ଏବଂ ସଦସ୍ୟା ବୃନ୍ଦ ଏବଂ ଗାଁର ସର୍ବ ଜନସାଧାରଣ ରାସ୍ତା ମରାମତି ପାଇଁ ଦାବୀ କରିଛନ୍ତି ।

Leave A Reply

Your email address will not be published.