oom

ଆନ୍ତର୍ଜାତୀୟ ମହିଳା ଦିବସରେ ସ୍ୱେଛାକୃତ ରକ୍ତଦାନ ଶିବିର

jsmm

ବରଗଡ, (ନିରୋଜ କୁମାର ପାଣୀ) : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବରଗଡ଼ “ନିଆମ” ତାଲିମ ପ୍ରଦାନ ଅନୁଷ୍ଠାନ ତଥା ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ସଂକଳ୍ପ ପରିବାର” ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ତଥା ବିଶ୍ୱ ମହିଳା ଦିବସ ଆଶାକିରଣ ସ୍ଥିତ ତପୋବନଠାରେ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ଶ୍ରୀମତୀ କଲ୍ୟାଣୀ ଦାସ ଓ ବରଗଡ଼ ଜିଲ୍ଲା ORMAS DY ସିଇଓ ରାଜଗୋପାଳ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବରେ ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ବରଗଡ଼ ଜିଲ୍ଲା ସମାଜ ପ୍ରତିନିଧି ୱାଲାଜୀ ବିଭୁରଞ୍ଜନ ତରାସିଆ ଯୋଗଦାନ କରିଥିଲେ । ଏହି ରକ୍ତଦାନ ଶିବିରରେ ୪୦ ଜଣ ମହିଳା ରକ୍ତଦାତା ସମେତ ମୋଟ ୪୨ ୟୁନିଟ ରକ୍ତ ବରଗଡ଼ ରକ୍ତଭଣ୍ଡାର କର୍ମଚାରୀଙ୍କ ଦ୍ୱାରା ସଂଗ୍ରହ କରାଯାଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ହେଉଛି ଯେ, ଉକ୍ତ ରକ୍ତଦାନ ଶିବିରରେ ୪୦ ଜଣ ରକ୍ତଦାତା ପ୍ରଥମ ଥର ପାଇଁ ରକ୍ତଦାନ କରିଥିଲେ ଏବଂ ରକ୍ତଦାନ କରି ଖୁସି ଅନୁଭବ କରିଥିଲେ । ଏବଂ ବିଶ୍ୱ ମହିଳା ଦିବସ ଅବସରରେ ସମାଜରେ ନାରୀର ଭୂମିକା, କର୍ତବ୍ୟ ତଥା ସାମର୍ଥ୍ୟ ଉପରେ ଅତିଥିଗଣ ସୁନ୍ଦର ମତାମତ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ନିଆମ ପରିଚାଳକ ଶସିକାନ୍ତ ପରିଡା, ନିଆମ କଡିନେଟର ସ୍ୱପ୍ନା ରାଉଳ ତଥା ସଂକଳ୍ପ ପରିବାରର ବିକାଶ ଅଗ୍ରୱାଲ, ଜି ରମେଶ ପରିଚାଳନା କରିଥିବା ବେଳେ ନିଆମର ଉଷାମୁକୁଳ ମିଶ୍ର, ରଶ୍ମିରାଣୀ ପଟନାୟକ, ସଂଧ୍ୟାରଣୀ ବିଶ୍ୱାଳ, ନୟାପତି ବାଲାଜୀ, ଅଞ୍ଜଳି ସଡଙ୍ଗୀ, ସ୍ୱରୂପା ଜାଲ, ଅଞ୍ଜନା ମହାଳିଙ୍ଗ, ବଲଭଦ୍ର ମିଶ୍ର, ସୁମନ ବେଜ, ରଞ୍ଜିତ ସିଙ୍ଗ, ଆବେଦ ନନ୍ଦ, ରଞ୍ଜିତ ଭୋଇ ଏବଂ ସଂକଳ୍ପ ପରିବାରର ସଂଘମିତ୍ରା ପଟେଲ, ଲୋକନାଥ ମେହେର, ଟିକିଲାଲ ପଧାନ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.