oom

ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

jsmm

ଭୋଗରାଇ, (ଶିବନାରାୟଣ ପାତ୍ର) : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ କମର୍ଦ୍ଦା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୫ ତମ ଜନ୍ମଜୟନ୍ତୀ ଉପଲକ୍ଷେ ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁରାଣୀ ବେହେରା ଉଦ୍ଘାଟନ କରିଥିବାବେଳେ ଆୟୋଜିତ ସଭାରେ ବ୍ଲକ ବିଜେଡି ସଭାପତି ରମାକାନ୍ତ କରଣ ସଭାପତିତ୍ବ କରିଥିଲେ । ବିଜୁ ଯୁବ ଜନତା ଦଳର ସଭାପତି ଗୋପାଳ ଚନ୍ଦ୍ର ପଣ୍ଡା ଏବଂ ଖରିଦପିପଳ ଗ୍ରାମପଞ୍ଚାୟତର ବିଜୁ ଜନତା ଦଳର ସଭାପତି କେଶବ ଚନ୍ଦ୍ର ପାଳଙ୍କ ପ୍ରଚେଷ୍ଟାରେ ୭୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେଡି ସଂପାଦକ ଯାଦବେଶ ମିଶ୍ର, ଜିଲ୍ଲା ବିଜେଡି ଉପସଭାପତି ଭୂବନାନନ୍ଦ ଦାସ, ଜିଲ୍ଲା ବିଜୁ ଯୁବ ସଭାପତି ତାପସ ପରିଡ଼ା, ବ୍ଲକ ଜୀବନ ବିନ୍ଦୁ ସଂଯୋଜକ ନଳିନୀ କାନ୍ତ ସେଠୀ, ବ୍ଲକ ଉପାଧ୍ୟକ୍ଷ ଦୀପକ କୁମାର ଦାସ, ସରପଞ୍ଚ ଉମାକାନ୍ତ ପ୍ରଧାନ, ଆଇଟି କୁଡିନେଟର ବେବବ୍ରତ ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ବିଜୁ ବାବୁଙ୍କ ପ୍ରତିଭା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଯୁବ ପ୍ରତିଭା ସୁଶାନ୍ତ ଘଡ଼ାଇ, ବସନ୍ତ ଦାସ, ମିଲନ ଦାସ, ବାବୁଲି ଦାସ, ଶରତ ପଣ୍ଡା ପ୍ରମୁଖ କାର୍ୟ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜଳେଶ୍ୱରପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ବ୍ଲକ ଜନସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ଡା. ଉତ୍ତର କୁମାର ଦଣ୍ଡପାଟ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।

jittmm
Leave A Reply

Your email address will not be published.