ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ପ୍ରୟାସ ପକ୍ଷରୁ ନାରୀ ସର୍ବଦା ବନ୍ଦନୀୟ କାର୍ଯ୍ୟକ୍ରମ

  • ଝିଅ ଜନ୍ମ ହେଲେ ଦୁଇ କୁଳକୁ ହିତା ଭାବି ଝିଅ ଜନ୍ମହେଲେ ମନରେ ଦୁଃଖ ନକରି ଖୁସି ମନାସିବା ଉଚିତ୍‌ : ଡ. ତ୍ରିପାଠୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସ୍ଥାନୀୟ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ‘ପ୍ରୟାସ’ ପଦ୍ମପୁରର ନିର୍ଦ୍ଧାରିତ ପ୍ରସ୍ତାବ କ୍ରମେ ଶକ୍ତିସ୍ୱରୂପା, ନାରୀ ଯେ ସର୍ବଦା ବନ୍ଦନୀୟ, ନାରୀର ସ୍ଥାନ ଖୁବ ଉଚ୍ଚରେ ଝିଅଟିଏ ଜନ୍ମନେଲେ ଘର ଦୁଃଖ ନୁହେଁ ବରଂ ଖୁସି ଓ ଆନନ୍ଦରେ ଉତ୍ସବ ମୁଖର ହେବା ଉଚିତ୍‌ ଏହାହିଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା । ଏହି କାର୍ଯ୍ୟକ୍ରମଟି ସଭାପତି ପ୍ରକାଶ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଡାକ୍ତର ପ୍ରଭାତ ନାରାୟଣ ତ୍ରିପାଠୀ ସ୍ତ୍ରୀ ଓ ପ୍ରସୂତି ବିଭାଗ ଉପଖଣ୍ଡ ଚିକିତ୍ସାଳୟ ଝିଅଟିଏ ଜନ୍ମହେଲେ କିଛି ପରିବାର ଦୁଃଖ ଅନୁଭବ କରନ୍ତି, ତାହା ଆଦ୍ୟୋ ଠିକ୍‌ ନୁହେଁ ନାରୀ ସ୍ନେହ, ଶକ୍ତି ଓ ଐଶ୍ୱର୍ଯ୍ୟାର ଆଧାର ବୋଲି ମତବ୍ୟକ୍ତ କାଟିଥିଲେ । କାର୍ଯ୍ୟକ୍ରମ ସୂଚୀ ଅନୁସାରେ ସଭାପତି ଓ ସମ୍ପାଦକ ନବମୀ ଦିନ ଜନ୍ମ ଗ୍ରହଣ କରିଥିବା ସୁକନ୍ୟା ଦ୍ୱୟଙ୍କୁ କିଛି ଫଳ ଉପହାର ପ୍ରଦାନ କରିଥିଲେ । ସମ୍ପାଦକ ଆମ ହିନ୍ଦୁ ସଂସ୍କୃତିର ଶାସ୍ତ୍ର ନାରୀଙ୍କୁ ଉଚ୍ଚ ସ୍ଥାନରେ ଅଧିଷ୍ଠିତ କରିଛି ଆଜି ତାର ପ୍ରତିଫଳନ ହୋଇଛି ବୋଲି ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ବ୍ରଜମୋହନ ସାହୁ, ସରୋଜ ମେହେର, ଅଶୋକ ବହିଦାର, ରବୀନ୍ଦ୍ର ମେହେର, ଯୁଗ୍ମ ସମ୍ପାଦକ ସୁମନ୍ତ ସାହୁ, ଦିଲ୍ଲୀପ ବାରିକ, ପ୍ରମୋଦ ପଣ୍ଡା, ତୁଲାରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ରଘୁନାଥ ପୁରୀ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.