jayashree

ଓଡିଶା ରାଜ୍ୟ ଆନ୍ତଃ କ୍ଳବ୍‌ ଭାରୋତ୍ତୋଳନ ପ୍ରତିଯୋଗିତା : ବଲାଙ୍ଗିର ଝିଅ ସୁନୈନା ବେହେରା ଜିତିଲେ ରୌପ୍ୟ ପଦକ

  • ଜିଲ୍ଲାର ପ୍ରଥମ ଝିଅ ଭାବେ ଅର୍ଜିଲେ ସୁନାମ
  • ସୁନୈନାଙ୍କୁ ସମ୍ବର୍ଦ୍ଧିତ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଏବଂ ରାଜ୍ୟ ଭାରୋତ୍ତଳନ ସଂଘର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ଓଡିଶା ରାଜ୍ୟ ଆନ୍ତଃ କ୍ଳବ୍‌ ଭାରୋତ୍ତୋଳନ ପ୍ରତିଯୋଗିତାରେ ବଲାଙ୍ଗିର ଝିଅ ସୁନୈନା ରୌପ୍ୟ ପଦକ ଜିତି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି । ପଦକ ବିଜୟିନୀ ସୁନୈନା ବଲାଙ୍ଗିର ପହଞ୍ଚିବା ପରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ତାଙ୍କୁ ନିମନ୍ତ୍ରଣ କରି ତାଙ୍କ କୃତିତ୍ୱ ପାଇଁ ଶୁଭେଚ୍ଛା ଜଣାଇବା ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ସମ୍ବର୍ଦ୍ଧନା ଅବସରରେ ସୁନୈନାଙ୍କ କୋଚ୍‌ ବିନାୟକ ରଞ୍ଜନ ପାଣ୍ଡେ, ଟିମ୍‌ ମେନେଜର ଭେଟେରାନ୍‌ ଖେଳାଳୀ ସୁଦାମ ବେହେରା, ସୁନୈନାଙ୍କ ପିତା ଅନନ୍ତ ବେହେରା ଓ ମାତା ମୀରା ବେହେରା ଉପସ୍ଥିତ ଥିଲେ । ବିଧାୟକ ଶ୍ରୀ ମିଶ୍ର ସୁନୈନାଙ୍କ ଉଜ୍ୱଳ କ୍ରୀଡା ଭବିଷ୍ୟତ କାମନା କରି ନିରନ୍ତର ପ୍ରୟାସ ଜାରି ରଖିବା ସହ ଜିଲ୍ଲା, ରାଜ୍ୟ ତଥା ଦେଶ ପାଇଁ ସୁନାମ ଅର୍ଜନ କରିବାକୁ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ ଯେ, ଓଡିଶା ରାଜ୍ୟ ଆନ୍ତଃ କ୍ଳବ୍‌ ଭାରୋତ୍ତୋଳନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ବଲାଙ୍ଗିରରୁ ସୁନୈନାଙ୍କ ସମେତ ୪ ଜଣ ପ୍ରତିଯୋଗୀ ଭୁବନେଶ୍ୱର ଯାଇଥିଲେ । ୪ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ସୁନୈନା ତାଙ୍କ ପ୍ରଥମ ପଦାର୍ପଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରୌପ୍ୟ ପଦକ ଜିତି ରେକର୍ଡ କରିଛନ୍ତି । ଏହା ଜିଲ୍ଲାର ଅନ୍ୟ କ୍ରୀଡାବିତ୍‌ଙ୍କୁ ପ୍ରେରଣା ଯୋଗାଇବ ବୋଲି କ୍ରୀଡାବିତ୍‌ ମହଲରେ ଆଶା ପ୍ରକାଶ କରାଯାଇଛି ।

Leave A Reply

Your email address will not be published.