ରାମପୁର କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ : ଟାଙ୍ଗରକରଲେ ପ୍ରାଥମିକ ବିଦ୍ୟାଳୟ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଟାଙ୍ଗରକରଲେ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ପଞ୍ଚମ ମାସିକ ବୈଠକ ସି.ଆର.ସି.ସି ପ୍ରଦୀପ୍ତ କିଶୋର ଦାଶଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିଲୋଚନ ବେହେରା ସ୍ୱାଗତ ଭାଷଣ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପର୍ଯ୍ୟବେକ୍ଷକ ହୋସିୟା ଛତ୍ରିଆ ସିନିଅର ଏସ. ଇ. ସି. ସଭାକୁ ସମସ୍ତ ଶିକ୍ଷକଙ୍କୁ ସ୍ୱାଗତ କରିଥିଲେ । ଆଜିର ବୈଠକରେ ଶିକ୍ଷକ କୁଶ ଭୋଇ ବହୁଶ୍ରେଣୀ ଭାଷା ଜ୍ଞାନ ଶିକ୍ଷା ଓ ଶିକ୍ଷକ ଯେଠୁ ସାହୁ ଶ୍ରେଣୀ ସଂଖ୍ୟା ଜ୍ଞାନ ଉପସ୍ଥାପନା କରିଥିଲେ । କ୍ଲଷ୍ଟରର ସମସ୍ତ ଏଫ. ଏଲ. ଏନ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ସିଆରସିସି ପ୍ରଦୀପ୍ତ କିଶୋର ଦାଶ ୟୁ. ଏ. ଏସ ଉପସ୍ଥାପନ, ଶ୍ରେଣୀ ପର୍ଯ୍ୟବେକ୍ଷଣ ଟୁଲ୍‌, ଶିକ୍ଷା ସୋପାନ ରେଜିଷ୍ଟର, ପଢିବା ଗଢିବା ଓଡିଶା ଆଦି ବିଷୟରେ ଆଲୋଚନା କରିଥିଲେ । ଶେଷରେ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ସରୋଜ କୁମାର ଦାଶ ଧନ୍ୟବାଦ ଅର୍ପଣ ପୂର୍ବକ ବୈଠକକୁ ସଭାସାଙ୍ଗ କରାଇଥିଲେ । ଏସ. ଏମ. ସି ଚେୟାର ମେନ ସୁମନ୍ତ ଭୋଇ ଓ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଗ୍ରାମବାସୀଙ୍କ ସହଯୋଗ କାର୍ଯ୍ୟକ୍ରମକୁ ସଫଳ କରି ଗଢି ତୋଳିଥିଲା ।

Leave A Reply

Your email address will not be published.