ସମ୍ଭାବ୍ୟ ‘ମୋନ୍ଥା’ର ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି : ହାତୀ ନଦୀ କୂଳିଆ ଗାଁ ମାନଙ୍କୁ ସତର୍କ ସୂଚନା

ଜୟପାଟଣା, (ଶେଷଦେବ ବେହେରା) : ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ଇନ୍ଦ୍ରାବତୀ ଜଳସମ୍ପଦ ବିଭାଗର କତୃପକ୍ଷ ମଙ୍ଗଳପୁର ସ୍ଥିତ ହାତୀ ବେରେଜ୍‌ରୁ ଯେକୌଣସି ମୁହୂର୍ତ୍ତରେ ନଦୀ ଗର୍ଭକୁ ପାଣି ନିର୍ଗମନ କରିବା ପାଇଁ ହାତୀ ନଦୀ ତଳିଆ ଜନ ସାଧାରଣଙ୍କ ପାଇଁ ଜରୁରୀ ସତର୍କ ସୂଚନା ଜାରି କରିଥିବା ସୂଚନା ମିଳିଛି । ଇନ୍ଦ୍ରାବତୀ ଜଳଭଣ୍ଡାର ଏବେ ସର୍ବୋଚ୍ଚ ସୀମାର ପାଖାପାଖି ରହିଥିବା ବେଳେ ନିୟମିତ ଭାବରେ ବିଦ୍ୟୁତ୍ ଉତ୍ପାଦନକୁ ୬୦୦ମେଗାୱାଟ ପର୍ୟ୍ୟନ୍ତ ବୃଦ୍ଧି କରାଯାଇ ପାୱାର ଚେନାଳ ମାଧ୍ୟମରେ ମଙ୍ଗଳପୁର ସ୍ଥିତ ହାତୀ ବେରେଜ ମଧ୍ୟକୁ ପାଣି ଛଡ଼ା ଯାଉଛି । ଏଣୁ ମୋନ୍ଥାର ପ୍ରଭାବକୁ ଆଖି ଆଗରେ ରଖି ହାତୀ ବେରେଜ ଜଳସ୍ତର ୨୬୩ ମିଟରରୁ ଅଧିକ ହେଲେ ଯେ କୌଣସି ମୁହୂର୍ତ୍ତ ରେ ନଦୀ ଗର୍ଭକୁ ପାଣି ଛଡ଼ାଯିବ ବୋଲି ସତର୍କ କରେଇବା ସହ ହାତୀ ନଦୀ କୂଳିଆ ଗାଁ ମାନଙ୍କର ଜନସାଧାରଣଙ୍କ ନଦୀ ମଧ୍ୟକୁ ନ ଯିବା ପାଇଁ ଚେତେଇ ଦିଆଯାଇଛି । ମୋନ୍ଥାର ଆସନ୍ନ ମୁକାବିଲା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିବ । ସହିତ ସମସ୍ତ ବିଭାଗକୁ ସତର୍କ କରିଥିବା ଜଣା ପଡ଼ିଛି । ଏ ସଂକ୍ରାନ୍ତରେ ଜୟପାଟଣା ପଞ୍ଚାୟତ ସମିତି କାର୍ୟ୍ୟାଳୟରେ ମଧ୍ୟ ଏକ ଜରୁରୀ କାଳୀନ ବୈଠକ ଆହ୍ବାନ କରାଯାଇ ପଞ୍ଚାୟତି ରାଜ, ସମସ୍ତ ଯନ୍ତ୍ରୀ, ରାଜସ୍ବ ବିଭାଗ, କୃଷି ବିଭାଗ, ଅଗ୍ନିଶମ ବିଭାଗ, ପୋଲିସ, ଇନ୍ଦ୍ରାବତୀ, ପଶୁ ସମ୍ପଦ, ସ୍ବାସ୍ଥ୍ୟ ବିଭାଗ, ବନ ବିଭାଗ, ଶିକ୍ଷା ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଏକ ଜରୁରୀ ବୈଠକ ବସିଥିବା ବେଳେ କଳାହାଣ୍ଡି ଜିଲ୍ଲାପାଳ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ସମସ୍ତଙ୍କୁ ସାମୁହିକ ସଂପୃକ୍ତି ପାଇଁ ସୂଚିତ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.