shyamal

କଟକର ଘରୋଇ ହସ୍ପିଟାଲରେ ନିଆଁ ଲାଗିବା ଘଟଣା : ଉଦ୍‌ବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କଟକ : କଟକର ଘରୋଇ ହସ୍ପିଟାଲରେ ନିଆଁ ଲାଗିବା ଘଟଣାରେ ଉଦ୍‌ବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ ନର୍ସିଂହୋମ୍‌ର ସମସ୍ତ ରୋଗୀଙ୍କୁ ଉତ୍ତମ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ସମସ୍ତ ରୋଗୀଙ୍କ ଖର୍ଚ୍ଚ ବହନ କରିବ । ସେ ଆହୁରି କହିଛନ୍ତି ଯେ, ଚିକିତ୍ସାଳୟର ଅଗ୍ନି ନିରାପତ୍ତା ନେଇ ତଦନ୍ତ ହେବ । ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତଦନ୍ତ ପାଇଁ ଅଗ୍ନିଶମ ବିଭାଗ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

purusottam
Leave A Reply

Your email address will not be published.