ବଲାଙ୍ଗିର, (କେପିଏନ୍ଏସ୍) : ବିଦ୍ୟା ଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଦ୍ଵାରା ପୁସ୍ତକ ମନସ୍କ ଓ କବିତା ଲେଖିବା କାର୍ଯ୍ୟକ୍ରମ ଠେମରା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ପୁସ୍ତକ ହିଁ ଅନ୍ଧାରରୁ ଆଲୋକ ପଥ ଦେଖାଏ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା । ଏଥିରେ ବିଦ୍ୟାଳୟର କ୍ଷେତ୍ର ମୋହନ ଯାନୀ ଅଧ୍ୟକ୍ଷତା କରି ବୁଦ୍ଧଙ୍କ ଅମର ବାଣୀ, ଜ୍ଞାନ ଦୀପୋ ଭବଃ କହି କବିତା, ଗପ କିପରି ଲେଖାଯାଏ ଦିଗଦର୍ଶନ ଦେଇଥିଲେ । ବିଦ୍ୟାଳୟର ତେଜଶ୍ରୀ ସାହୁ, ଧର୍ମରାଜ ବେହେରା, ଆଶୀର୍ବାଦ ସାହୁ ଛାତ୍ରଛାତ୍ରୀଙ୍କୁ ସମୟ ଅପଚୟ ନକରି ପୁସ୍ତକ ମନସ୍କ ହେବାପାଇଁ ଦିଗଦର୍ଶନ ଦେଇଥିଲେ । ରିଙ୍କୁ ବେହେରା, ଝରଣା ରଣା, ଦେବିକାଲୁହା, ବନ୍ଦନା ମହାନନ୍ଦଙ୍କୁ ପ୍ରତିଯୋଗିତା ମାଧ୍ୟମରେ ଶିଶୁ କବିତା ବହି ପାଠାଗାରର ପ୍ରତିଷ୍ଠାତା ବୃନ୍ଦାବନ କୁମ୍ଭାର ବିତରଣ କରିଥିଲେ ।