csstore

ମୃତ୍ତିକା ପରୀକ୍ଷଣ କାର୍ଡ ଓ ମୃତ୍ତିକା ସଂରକ୍ଷଣ ଉପରେ କୃଷକ ମାନଙ୍କ ପରୀକ୍ଷଣ ଶିବିର

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମରେ ମୃତ୍ତିକା ପରୀକ୍ଷଣ ଓ ସଂରକ୍ଷଣ ଉପରେ କୃଷକ ମାନଙ୍କୁ ନେଇ କୃଷକ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କୃଷକ ପରୀକ୍ଷଣ ଶିବିରର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଗୌରନ୍ଦ୍ର ନାଥ ସିଂ, ଖପ୍ରାଖୋଲ ସହକାରୀ କୃଷି ଅଧିକାରୀ ସୁଜିତ କୁମାର ଭୋଇ, ବଲାଙ୍ଗିର କପା ବିଶେଷଜ୍ଞ ସୋମନାଥ ମହାପାତ୍ର, ଖପ୍ରାଖୋଲ ଅବସରପ୍ରାପ୍ତ ବିଇଓ ଯଶୋବନ୍ତ ସାହୁ, କୃଷି ଗ୍ରାମ ସେବକ ଖଗେନ୍ଦ୍ର ନାଏକ, ମହାଦେବ ବାଗ ପ୍ରମୁଖ ଯୋଗଦେଇ ମାଟି ନମୁନା ସଂଗ୍ରହ କିପରି କରିବା, ମାଟି ପରିକ୍ଷା କରିବା ଉପକାରିତା, ରାସାୟନିକ ସାର ପ୍ରୟୋଗ ସହ ଅଣୁ ସାର, ଜୈବି ସାର, ଅମୃତ ଜୈବ ସାର ମାଟି ହାଣ୍ଡି ଖତ କିପରି ପ୍ରସ୍ତୁତ କରିବା, କପା ଫସଲରେ ରୋଗ ପୋକ ଦମନ କରିବା, ଉପକାରୀ ପୋକ ଉପରେ ନିରୀକ୍ଷଣ କରି ଔଷଧ ବ୍ୟବହାର କରିବା ଆଦି ବିଷୟରେ ଆଲୋକପାତ କରିଥିଲେ । ବର୍ତ୍ତମାନ ମାଟି ମୃତ୍ୟୁ ଭାବରେ ପଡ଼ିରହିଛି ଏଣୁ ତାକୁ ସତେଜ କରିବାକୁ ହେଲେ ଜୈବିକ ସାର ପ୍ରୟୋଗ କରିବା, କୃଷି ଯନ୍ତ୍ରପାତି ସରକାରୀ ସୁବିଧା ସବ୍‌ସିଡିରେ ପାଇବା ଆଦି ବିଷୟରେ ଆଲୋକପାତ କରିଥିଲେ । ଅନୁଷ୍ଠିତ କୃଷକ ପରୀକ୍ଷଣ ଶିବିର ଗ୍ରାମର ଶତାଧିକ କୃଷକ ଭାଗ ନେଇଥିଲେ । କୃଷକ ସାଥୀ ସୁନାରାମ ପୁଟେଲ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.