om academy

ଉତ୍ତରାଞ୍ଚଳ-ରେଞ୍ଜ ଡିଆଇଜି ଡ଼ଃ. ସାର୍ଥକ ଷଡଙ୍ଗୀଙ୍କ ଛତ୍ରପୁର ଅନସ୍ଲୋ ହାଇସ୍କୁଲ ପରିଦର୍ଶନ

jsm

ବ୍ରହ୍ମପୁର,, (କେ. ସତ୍ୟନାରାୟଣ ରେଡ୍ଡୀ) : ଅନୁଗୁଳ ଜିଲ୍ଲାର ତାଳଚେର ଠାରେ ପ୍ରତିଷ୍ଠିତ ହାଇସ୍କୁଲକୁ ଉତ୍ତରାଞ୍ଚଳ-ରେଞ୍ଜ ପୋଲିସ ଡିଆଇଜି ଡ଼ଃ.ସାର୍ଥକ ଷଡଙ୍ଗୀଙ୍କ ବାଲ୍ୟ ଭୂମି ଛତ୍ରପୁର ଅନସ୍ଲୋ ସୋମବାର ଦିବା ୧୧ ଘଣ୍ଟାରେ ପରିଦର୍ଶନରେ ଆସିଥିଲେ । ରାଜ୍ୟ ସରକାରଙ୍କ “ମୋ ସ୍କୁଲ ଅଭିଯାନ”ରେ ଗସ୍ତ କରି ସେ ପିଲାଦିନର ଅଭୁଲାସ୍ମୃତିକୁ ସ୍ମରଣ କରିଥିଲେ । ଏହି ଶିକ୍ଷାନୁଷ୍ଠାନରେ ଶ୍ରୀ ଷଡଙ୍ଗୀ ୧୯୯୨ ମସିହା ମାଟ୍ରିକ ବେଚରେ ଏଠାରେ ଅଧ୍ୟୟନକରି ଓଡ଼ିଶାରେ ଟପର ହୋଇଥିଲେ, ଯାହାକି ଅନସ୍ଲୋର ପୂର୍ବତନ ଛାତ୍ର ଭାବେ ଏହି ସହର ଓ ଶିକ୍ଷାନୁଷ୍ଠାନର ଗୌରବର ଗାଥା ଉତସାହିତ କରେ । ଏହି ସ୍କୁଲର ଉତ୍ତୋରତ୍ତର ଉନ୍ନତି କାମନା କରିବା ସାଂଗକୁ ଏହି ବିଦ୍ୟାଳୟକୁ ସେ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଥିଲେ । ନିଜସ୍ୱ ଚେଷ୍ଟାରେ ଗଞ୍ଜାମର ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ପୂର୍ବକ ଏହି ବିଦ୍ୟାଳୟ ନିମନ୍ତେ ଯଥେଷ୍ଟ ସାହାଯ୍ୟ, ସହଯୋଗ ଏବଂ ପୃଷ୍ଠପୋଷକତା କରିବେ ବୋଲି ପୋଲିସ ଡିଆଇଜି ଡ଼ଃ. ସାର୍ଥକ ଷଡଙ୍ଗୀ ମତ ପୋଷଣ କରିଛନ୍ତି । ଏହି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିଥିବା ବହୁ ପୂରାତନ ଛାତ୍ରଙ୍କ ନାମ ଉର୍ଦ୍ଧୁତ କରାଯାଇ ସେମାନଙ୍କୁ ମଧ୍ୟ ମୋ ସ୍କୁଲ ଯୋଜନାରେ ସାମିଲ କରାଯିବ ବୋଲି କହିଥିଲେ, ଏତଦବ୍ୟତୀତ ଶିକ୍ଷାନୁଷ୍ଠାନ ର ସର୍ବାଙ୍ଗୀନ ଉନ୍ନତି ଦିଗରେ ସହାୟକ ହେବି ବୋଲି ଗଣମାଧ୍ୟମ ଆଗରେ ଦୃଢ଼ ସଂକଳ୍ପ କରିଛନ୍ତି ବରିଷ୍ଠ ଆଇପିଏସ ଶ୍ରୀ ଷଡଙ୍ଗୀ । ଏନେଇ ଛତ୍ରପୁରର ବହୁ ବୃଦ୍ଧିଜୀବି, ପୂର୍ବତନ ଛାତ୍ରଙ୍କ ମହଲରେ ଗୌରବର ଗାନ ସହ ଖୁସିର ଲହରୀ ଖେଳିଯାଇଛି । ଡ଼ଃ.ଷଡଙ୍ଗୀଙ୍କ ବିଦ୍ୟାଳୟ ପରିଦର୍ଶନ ଅବସରରେ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ବିଇଓ ଅବିନାଶ ଶତପଥୀ, ଅନସ୍ଲୋ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କାତ୍ୟାୟିନୀ ନନ୍ଦୀ, ସ୍କୁଲ ସଭାପତି ଦିଲୀପ ସାମଲ ଓ ବହୁ ପୂର୍ବତନ ଛାତ୍ର, ସହରର ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ । ପ୍ରକାଶ ଥାଉକି, ଜିଲ୍ଲାର ସଦରମହକୁମା ଛତ୍ରପୁରସ୍ଥ ଅନସ୍ଲୋ ସରକାରୀ ହାଇସ୍କୁଲ ଓଡ଼ିଶାରଏକ ପ୍ରତିଷ୍ଠିତ ବୈପ୍ଳବିକ/ଐତିହାସିକ ସ୍ୱନାମଧନ୍ୟ ଶିକ୍ଷାନୁଷ୍ଠାନ ଅଟେ । ଏହି ଶିକ୍ଷାନୁଷ୍ଠାନ ର ମହନୀୟତା ଏବେ ବି ଗୌରବାନିତ୍ୱ ହୋଇ ଉଠେ । ଏହି ଶିକ୍ଷାନୁଷ୍ଠାନ ୧୮୫୫ ମସିହାରେ ସ୍ଥାପିତ ହୋଇଛି । ଜନୈକ ବ୍ରିଟୀଶ ସାହେବ ଅବା ଏଠାକାର ତତ୍କାଳୀନ ରେସିଡେନ୍ସଚିପ୍ ଙ୍କ ସହଧର୍ମିଣୀ ଅନସ୍ଲୋ ସାହେବାଙ୍କ ସ୍ମୃତିରେ ଏକ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯାଇ ତାଙ୍କରି ନାମରେ ଅନସ୍ଲୋ ଶିକ୍ଷାନୁଷ୍ଠାନ ନାମରେ ନାମିତ ଓ ଉଦଘାଟିତ ହୋଇଥିଲା । ପୋଲିସ ଡ଼ିଆଇଜି ଡ଼ଃ. ସାର୍ଥକ ଷଡଙ୍ଗୀ ଙ୍କ ଭଳି ସର୍ବଶ୍ରୀ ସୁବ୍ରତ ବାଗଚି , ପ୍ରାକ୍ତନ ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ(୧୯୭୭- ବ୍ୟଚ) ଆଇଏଏସ- ସୁନୀଲ ପଟ୍ଟନାୟକ, ଆଇଏଏସ -ପ୍ରସନ୍ନ ପଟ୍ଟନାୟକ, ଡେପୁଟି ଆକାଉଣ୍ଟ ଜେନେରାଲ ଅଜିତ ପଟ୍ଟନାୟକ , ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ସର୍ବୋପରି ତତ୍କାଳୀନ ରାଷ୍ଟ୍ରପତି ଭି.ଭି. ଗିରି ମଧ୍ୟ ଅନସ୍ଲୋ ଶିକ୍ଷାନୁଷ୍ଠାନ ରେ ଅଧ୍ୟୟନ କରିଥିବା ବିଷୟ ଏକ ଗୋୖରବ ର ଇତିହାସ ଅଟେ ବୋଲି କୁହାଯାଏ ।

Leave A Reply

Your email address will not be published.