ଶ୍ରୀରାମ ମନ୍ଦିର ପୂଜକଙ୍କ ପରଲୋକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଶ୍ରୀରାମ ମନ୍ଦିର ପୂଜକ ସୁଶାନ୍ତ କୁମାର ମିଶ୍ର(ଛୋଟୁ)ଙ୍କର ଆଜି ସକାଳୁ ୩୬ବର୍ଷ ବୟସରେ ହୃଦଘାତରେ ପରଲୋକ ହେଇଯାଇଛି । ସୂଚନା ମୁତାବକ ଗତକାଲି ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କ ବଡ଼ଭାଇ ହରିଶଙ୍କର ମିଶ୍ର ପ୍ରଥମେ ତାଙ୍କୁ ମ.ରାମପୁର ଡ଼ାକ୍ତରଖାନାରେ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାକୁ ନେଇଥିଲେ । ତେବେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ସକାଳେ ତାଙ୍କ ପୈତୃକଗ୍ରାମ ଢେକୁନକୁପାଠାରେ ଅନ୍ତିମ ସତ୍କାର କରାଯାଇଛି । ତାଙ୍କ ବିୟୋଗରେ ମ.ରାମପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.