ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡ଼ା ସମ୍ବର ବ୍ଲକ ଅନ୍ତର୍ଗତ କେଆର୍ପି ଉଚ୍ଚ ବିଦ୍ୟାଳୟ ବାଜେନମୁଣ୍ଡାର ଚତୁର୍ଥ ଶ୍ରେଣୀ କର୍ମଚାରୀ ଶୁକ୍ରୁ ବଗର୍ତ୍ତୀଙ୍କ ୫୩ ବର୍ଷ ବୟସରେ ହୃଦଘାତରେ ଗୁରୁବାର ରାତିରେ ପରଲୋକ ହୋଇଯାଇଛି । ସେ ଜଣେ କର୍ତ୍ତବ୍ୟନିଷ୍ଠ, ମେଳାପୀ ତଥା ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କର ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପଛରେ ତାଙ୍କର ବିଧବା ପତ୍ନୀ, ବୃଦ୍ଧ ବାପା ଓ ମାଆ ତଥା ତାଙ୍କର ତିନି ପୁତ୍ର ସୁନୀଲ, ସୁଶୀଲ ଓ ଝସକେତନଙ୍କୁ ଛାଡ଼ି ଯାଇଛନ୍ତି । ଗ୍ରାମର ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି । ବଡ଼ପୁଅ ସୁନୀଲ ମୁଖାଗ୍ନୀ ଦେଇଥିଲେ । ସେ ସମୟରେ ସ୍କୁଲର ସମସ୍ତ କର୍ମଚାରୀ ଓ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।