୧୦ ତାରିଖ ଯାଏଁ ପ୍ରବଳ ବର୍ଷା : ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଘନୀଭୂତ ହେଉଛି । ଏହା କ୍ରମଶ ଉତ୍ତର ଦିଗକୁ ଗତି କରିବା ସହ ତୀବ୍ର ହୋଇ ଆସନ୍ତା ୯ ତାରିଖରେ ଅବପାତର ରୂପ ନେଇପାରେ । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆଜିଠୁ ଆରମ୍ଭ ହୋଇଯିବ ବର୍ଷା । ୧୦ ତାରିଖ ଯାଏଁ ରହିବ ବର୍ଷାର ପ୍ରଭାବ । ଆସନ୍ତା ୩ ଘଣ୍ଟାରେ ଜଗତସିଂହପୁର, ବଲାଙ୍ଗିର, ନୂଆପଡା, ବରଗଡ, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, କଟକ, କୋରାପୁଟ, ମୟୂରଭଞ୍ଜ ଏବଂ କଳାହାଣ୍ଡିରେ ଘଡଘଡି ସହ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ପିଭାଗ ।

Leave A Reply

Your email address will not be published.