ରୋତ୍‌ କଲେଜରେ ଅଗଷ୍ଟ କ୍ରାନ୍ତି ଓ ଆଦିବାସୀ ଦିବସ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତ୍‌ ଠାରେ ଆଜି ଅଗଷ୍ଟ କ୍ରାନ୍ତି ଦିବସ ଓ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି କାହ୍ନୁଚରଣ ଦର୍ଜିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ରଥ ମୁଖ୍ୟବକ୍ତା, ଇତିହାସ ବିଭାଗର ମୁଖ୍ୟ ଡକ୍ଟର ରଶ୍ମୀଲତା ମହାନନ୍ଦ ଓ ସଂସ୍କୃତ ବିଭାଗର ଅଧ୍ୟାପକ ଦୈତାରୀ ଶବର ସମ୍ମାନିତ ବକ୍ତା ଭାବରେ ଯୋଗଦେଇ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ କ୍ରାନ୍ତି ଦିବସର ବିଶେଷତା ସଂପର୍କରେ ମତବ୍ୟକ୍ତ କରିଥିଲେ । ଓଡିଆ ବିଭାଗର ଛାତ୍ର ବିରେନ୍ଦ୍ର ପ୍ରତାପ ତ୍ରିପାଠୀ ମଧ୍ୟ ବକ୍ତବ୍ୟ ରଖିଥିଲେ । ସଭାକୁ ଓଡିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପକ ଡକ୍ଟର ଲିଙ୍ଗରାଜ ମେହେର ସଂଯୋଜନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

Leave A Reply

Your email address will not be published.