om academy

ଭାରତୀୟ ଯୁବ ହଷ୍ଟେଲରେ ରଜ ଉତ୍ସବ ପାଳିତ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୩ ସ୍ଥିତ ଭାରତୀୟ ଯୁବ ହଷ୍ଟେଲ୍‌ ରାଉରକେଲା ଶାଖା ତରଫରୁ ରଜ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ବୁଦ୍ଧଦେବ ବାସୁଙ୍କ ଅଧ୍ୟକ୍ଷତା ଓ ମୋନାଲିସା ଗୌଡଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ତଥା ଆର୍‌ଏସ୍‌ପି ସହର ପ୍ରଶାସନର ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ୱାଇଁ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ, ରଜ ପର୍ବ ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ସୌହାର୍ଦ୍ଧପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହ ଆମର ସଂସ୍କୃତି ଓ ପରମ୍ପରାକୁ ମନେପକାଇ ଦିଏ ବୋଲି ମତ ରଖିଥିଲେ । ଏହାସହ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଯଥା ପାନଭଙ୍ଗା, ବିଭିନ୍ନ ପ୍ରକାରର ପିଠା, ଗେଣ୍ଡୁଫୁଲ ମାଳ ଗୁନ୍ଥା ଓ ବେଲୁନ ଖେଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହ ସାଧୁବାଦ ଦେଇଥିଲେ । ସେହିପରି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ତଥା ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ସହଯୋଗ କରିଥିବା ସମସ୍ତ କର୍ମକର୍ତ୍ତାଙ୍କୁ ସମ୍ମାନିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଜି ଏମ୍ ଶ୍ରୀବାସ୍ତବ, ଅମିତାଭ ଠାକୁର, ସାଧାରଣ ସମ୍ପାଦକ ନିରଞ୍ଜନ ବେହେରା, କାର୍ଯ୍ୟକାରୀ ସମ୍ପାଦକ ସରୋଜ ପଟ୍ଟନାୟକ, କୋଷାଧ୍ୟକ୍ଷ ଏସ୍ ଏନ୍ ଲେଙ୍କା, ସମରକାନ୍ତ ମଲ୍ଲିକ, ଆନନ୍ଦ ଅଗ୍ରୱାଲ, ଦେବାଶିଷ ମହାନ୍ତି, ନୀଳମଣି ମହାପାତ୍ର, ବି. ସି ମିତ୍ର, ଆଶିଷ ବିର୍ସା ହେମ୍ରମ, ସୁଚିତ୍ରା ମଲ୍ଲିକ, ଲୁସି ଦାଶ, ଗୌରୀ ବାସୁ, ପ୍ରଣତୀ ପାଣିଗ୍ରାହୀ, ମୀନାକ୍ଷୀ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ସଦସ୍ୟ ସଦସ୍ୟା ଅଂଶଗ୍ରହଣ କରିଥିଲେ । ଶେଷରେ ଅଧ୍ୟକ୍ଷ ଶ୍ରୀ ବାସୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.