ଛତ୍ରପୁର ନୀଳକଣ୍ଠ କଲେଜରେ ଭାରତୀୟ ସମ୍ବିଧାନ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ଅବସ୍ଥିତ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟର ସମ୍ମିଳନୀ ଗୃହରେ ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କଲେଜ୍ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରି ସମ୍ମାନୀତ କରାଯାଇଥିଲା । ଛତ୍ରପୁର ଆଇ.ଆର୍.ଇ.ଏଲ୍. କଲୋନୀ ନିକଟସ୍ଥ ସେଞ୍ଚୁରିୟାନ୍ କଲେଜରେ ଅଧ୍ୟୟନ କରୁଥିବା ଯୁକ୍ତଦୁଇ ଦ୍ୱିତୀୟ ବର୍ଷ ଛାତ୍ରୀ ଅନ୍ୱେଷା ପଟ୍ଟନାୟକ ଇଂରାଜୀ ବକୃତା ଦେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରଥମସ୍ଥାନ ଅଧିକାର କରି ଏହି ସମାରୋହରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା (ପୂର୍ବ) କଂଗ୍ରେସ କମିଟୀର ସଭାପତି ଇଂ. ରଶ୍ମୀ ରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଜିଲ୍ଲା କଂଗ୍ରେସ କମିଟୀ ସାଧାରଣ ସମ୍ପାଦକ ଅଶୋକ ପଟ୍ଟନାୟକ, କଲେଜ ଅଧ୍ୟକ୍ଷ ଡ଼ଃ. ରାଜେନ୍ଦ୍ର ଦାସ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ସମ୍ବିଧାନ ଦିବସର ମହତ୍ତ୍ୱ ଓ ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.