ପଞ୍ଚସଖା ଗଳିରେ ହରିହର ଭେଟ ଓ ହୋଲି ଉତ୍ସବ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଫାଲଗୁନ ପୂର୍ଣ୍ଣମୀ ତିଥିରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ବଲାଙ୍ଗିର ବରପାଲି ପଡା ସ୍ଥିତ ପଞ୍ଚସଖା ଗଳିରେ ରଙ୍ଗର ପର୍ବ ହୋଲି ଉତ୍ସବ ପାଳନ ସହିତ ହରିହର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗତକାଲି ସନ୍ଧ୍ୟାରେ ତାଲପାଲି ପଡାରୁ ଭଗବାନ ଶ୍ରୀକୃଷ୍ଣ ହରିଙ୍କ ଶୋଭାଯାତ୍ରା ବାସୁଦେବ ମେହେରଙ୍କ ଘରୁ ହରିଙ୍କ ସୁସଜ୍ଜିତ ବିମାନ ବାହାରିଥିବା ବେଳେ ପଞ୍ଚସଖା ଗଳିର ମାନଭଞ୍ଜନ ମିଶ୍ରଙ୍କ ଘରୁ ମହାଦେବଙ୍କ ବିମାନ ବାହାରିଥିଲା ଉଭୟ ପରିବାର ସହିତ ପଡାର ବାସିନ୍ଦା ଦୁଇଦେବଙ୍କ ଶୋଭାଯାତ୍ରାରେ ଘଣ୍ଟ, ଶଙ୍ଖ ଓ ଡିଜେର ତାଳେ ତାଳେ ଯାଇ ଦୁଇ ଦେବଙ୍କ ହରିହର ଭେଟ ହୋଇଥିଲେ । ଉଭୟ ଦେବଙ୍କୁ ସୁସଜ୍ଜିତ ମଣ୍ଡପରେ ରଖାଯାଇଥିଲା ଓ ପୂଜା ଅର୍ଚ୍ଚନା କରାଯାଇଥିଲା । ଆଜି ସକାଳୁ ପଡା ବାସିନ୍ଦାମାନେ ଅବିର ରଙ୍ଗରେ ଖେଳାଖେଳି ହୋଇ ପରସ୍ପରକୁ ରଙ୍ଗ ଲଗାଇଥିଲେ ଓ ରଙ୍ଗ ଖେଳି ଥିଲେ । ଉଭୟ ଦେବଙ୍କୁ ସୁସଜ୍ଜିତ ବିମାନରେ ବସାଇ ମନ୍ଦିରରେ ପହଂଚି ଥିଲା । ପରେ ସମସ୍ତଙ୍କୁ ଅନ୍ନଭୋଗରେ ଆପ୍ୟାୟିତ କରାଯାଇ ଥିଲା ଯେଉଁଥିରେ ଅଞ୍ଚଳର ଲୋକେ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.