ଅନ୍ୱେଷାର ୧୧୨ତମ ସାମୁହିକ ଜନ୍ମଉତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ଅନ୍ୱେଷା ଦି ହେଲପିଙ୍ଗ ହ୍ୟାଣ୍ଡ ତରଫରୁ ୧୧୨ତମ ସାମୁହିକ ଜନ୍ମଉତ୍ସବ ଆୟୋଜିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଓ ଉପ ସଭାପତି ରଶ୍ମିତା ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ସେକ୍ଟର ୪ ସ୍ଥିତ ଏକ ହୋଟେଲଠାରେ ଏହି କାର୍ଯ୍ୟକ୍ରମରେ ଜଗଦା ସ୍ଥିତ ମାନବସେବା ପ୍ରତିଷ୍ଠାନର ଅନ୍ତେବାସୀ ମାନେ ଯୋଗଦେଇଥିଲେ । ଚଳିତ ମାସରେ ଜନ୍ମ ଗ୍ରହଣ କରିଥିବା ପିଲାମାନଙ୍କ ସହ ପ୍ରଶାନ୍ତ ରଞ୍ଜନ ପାତ୍ର, ଜୁଲି ଡାଭିଡ, ଆଭା ଦେବତାଙ୍କ ଜନ୍ମଦିନ ଉପଲକ୍ଷେ କେକ କଟାଯାଇ ସେମାନଙ୍କ ସୁଖ ସମୃଦ୍ଧି କାମନା କରାଯାଇଥିଲା । ଏହି ଅବସରରେ ଅନ୍ତେବାସୀ ମାନେ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଏହାପରେ ଅତିଥିମାନଙ୍କ ସହ ସମସ୍ତଙ୍କ ମଧ୍ୟରେ ଦୋସା, ମିଷ୍ଟାନ୍ନ, କେକ୍ ଓ ଆଇସକ୍ରିମ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ରୋବର୍ଟ ହାଇଫିଲ, ପ୍ରଜ୍ଞା ପାରମିତା ଦାଶ, କୁଞ୍ଜ ବିହାରୀ ରାଉତ, ରେଖା ଗୁପ୍ତା, ସ୍ଵାଗତିକା ପଟ୍ଟନାୟକ, ସତ୍ୟମ ମୋଦକ, ସସ୍ମିତା ପ୍ରଧାନ, ମାନୋସୀ ଘୋଷ, ଗ୍ରେସି ଡାଭିଡ, ଅନ୍ୱେପଷା ପଣ୍ଡା, ମାନବ ସେବା ପ୍ରତିଷ୍ଠାନର ହେମନ୍ତା ତାଣ୍ଡିଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପ୍ରତିଷ୍ଠାତା ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଅନୁଷ୍ଠାନ ତରଫରୁ ସେକ୍ଟର ୩ସ୍ଥିତ ବଲାଙ୍ଗିର ବସ୍ତି ଠାରେ ମାଗଣା ହାଟ କାର୍ଯ୍ୟକ୍ରମ କରାଯାଇ ନୂଆ ପୁରୁଣା ପୋଷାକ ପତ୍ର ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.