mahavir

ବରିଷ୍ଠ ଶିକ୍ଷାବିତଙ୍କୁ ୯୬ ବର୍ଷ ପଦାର୍ପଣରେ ଶୁଭେଚ୍ଛା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ତଥା ବର୍ଷିୟାନ ଶିକ୍ଷାବିତ୍‌ ପ୍ରାଣବନ୍ଧୁ ନାୟକ ୯୬ ବର୍ଷ ବୟସରେ ପଦାର୍ପଣ କରିଥିବାରୁ ଭାରତୀୟ ଶିକ୍ଷଣ ମଣ୍ଡଳ ପଶ୍ଚିମ ପ୍ରାନ୍ତ ଉପସଭାପତି ପ୍ରଫେସର ତରୁଣ କୁମାର ମିଶ୍ର ୭୬ ମ୍ୟାଟ୍ରିକ ବ୍ୟାଚର ମୋତିଲାଲ ସାହୁ, ଯୁଗଲ ମହାପାତ୍ର, ଓମ୍‌ ପ୍ରକାଶ ଚାନ୍ଦ, ଅଖିଳ ଭାରତୀୟ ସାହିତ୍ୟ ସମାଜର ସଭାପତି ଭବାନୀ ଶଙ୍କର ପଟେଲ, ଆର୍ଯ୍ୟ ସମାଜ ମନ୍ଦିରର ସଭାପତି ସୁବ୍ରତ ବହିଦାର ପ୍ରମୁଖ ତାଙ୍କ ବାସଭବନକୁ ଯାଇ ଫୁଲତୋଡା ଆଦି ଦେଇ ଗୁରୁଙ୍କ ପାଦ ଛୁଇଁ ଆଶିର୍ବାଦ ଭିକ୍ଷା କରିଥିଲେ ଓ ଜନ୍ମଦିନର ଶୁଭେଚ୍ଛା ଜ୍ଞାପନ କରିଥିଲେ । ସମସ୍ତଙ୍କୁ ପୁରୁଣା ସ୍ମୃତି ମନେ ପକାଇ ଦେଇଥିଲେ ପ୍ରାଣବନ୍ଧୁ ଆଜ୍ଞା ଓ ଅତୀତର ସ୍ମୃତି ରୋମାନ୍ଥନ କରିଥିଲେ । ତାଙ୍କର ନାତୁଣୀ ସୃଜନୀ ଶୁଭଲକ୍ଷ୍ମୀ ନାଏକ ବେଦପାଦ ଓ ଦେଶାତ୍ମକ ଗୀତ ଗାଇ ସମସ୍ତଙ୍କୁ ମୁଗ୍ଧ କରିଥିଲେ ।

Leave A Reply

Your email address will not be published.