ଓଡିଶା ନର୍ସିଂ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାମ୍ବାଦିକ ସମ୍ମିଳନୀ : ସଂଘର ସମସ୍ତ ଦସ୍ତାବେଜ ଯଥା ଶୀଘ୍ର ହସ୍ତାନ୍ତର କରନ୍ତୁ ପୁରାତନ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂଘର ଅଗ୍ରଗତୀ ନିମନ୍ତେ ଗତ ୧୫/୯/୨୧ରେ ସଂଘୀୟ ନିର୍ବାଚନ ହୋଇସାରିଛି । ଏଥିରେ ନୂତନ କର୍ମଚାରୀ ସଂଘ ଜିତ ହାସିଲ କରିବା ସହିତ ସଂଘର ଗୁରୁ ଦାୟିତ୍ୱ ନିଜ ଉପରକୁ ନେଇଛନ୍ତି । ତେବେ କୌଣସି କାରଣରୁ ସଂଘର ପୁରୁଣା ସଦସ୍ୟମାନେ ପୁରାତନ ଦସ୍ତାବେଜକୁ ନବ ନିର୍ବାଚିତ ସଂଘକୁ ପ୍ରଦାନ ନ କରିବାରୁ ନବ ନିର୍ବାଚିତ ସଂଘ ଦୈନନ୍ଦିନ କାର୍ଯ୍ୟକ୍ରମ ପାଇଁ ଅସୁବିଧା ଭୋଗ କରୁଛନ୍ତି । ଅନ୍ୟପଟେ ସଂଘର ଅନେକ ସଦସ୍ୟ ସଦସ୍ୟା କରୋନା ମାହାମରୀ ଭଳି ଦାୟିତ୍ୱ ନେଇଥିବା ବେଳେ ସେମାନଙ୍କ ପାଇଁ ସଂଘକୁ ଆଗ ତୁରିଆ ସତର୍କ ରହିବାକୁ ପଡୁଛି । ଏଭଳି ସମୟରେ ପୁରାତନ ସଂଘ ନିର୍ବାଚନ ହାରିଲା ପରେ ମଧ୍ୟ କୋଉଁ ଉଦ୍ଦେଶ୍ୟରେ ସଂଘର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦସ୍ତାବେଜ ନବ ନିର୍ବାଚିତ ସଂଘକୁ ପ୍ରଦାନ କରୁ ନାହାନ୍ତି ତାହା ବୁଝା ପଡୁ ନାହିଁ । ଯଦ୍ୱାରା ସଂଘ ବାରମ୍ବାର ହଇରାଣ ହରକତ ହେଉଛି । ଯଥା ଶୀଘ୍ର ଏହି ଦସ୍ତାବେଜ ଗୁଡିକୁ ନବ ନିର୍ବାଚିତ ସଂଘକୁ ହସ୍ତାନ୍ତର ନକଲେ ସଂଘ ବାଧ୍ୟ ହୋଇ ଆଇନର ଆଶ୍ରୟ ନେବ ବୋଲି ନବ ନିର୍ବାଚିତ ଓଡିଶା ନର୍ସିଂ କର୍ମଚାରୀ ସଂଘର ବଲାଙ୍ଗିର ଶାଖା ତରଫରୁ ସ୍ଥାନୀୟ ଭୀମ ଭୋଇ ମେଡିକାଲ ପରିସରରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଚେତାଇ ଦିଆ ଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ସଂଘର ଉପଦେଷ୍ଟା ବ୍ରଜ କିଶୋର ପଣ୍ଡା, ସଭାପତି ଅଞ୍ଜଳି ସାହୁ, ଉପ ସଭାପତି ରିତାରାଣୀ ବେହେରା ଓ କୋଷାଧ୍ୟକ୍ଷ କୋଶଲ୍ୟା ନାଏକ ମଞ୍ଚାସୀନ ଥିବା ବେଳେ ସଂଘର ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.