oom

ଖପ୍ରାଖୋଲ ବ୍ଲକରେ ନୂତନ ବିଡ଼ିଓ ଭାବେ ଦାୟିତ୍ୱ ନେଲେ ବିବେକାନନ୍ଦ ଷଡ଼ଙ୍ଗୀ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ବିବେକାନନ୍ଦ ଷଡ଼ଙ୍ଗୀ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି । ପୂର୍ବରୁ କାର୍ଯ୍ୟରତ ରହିଥିବା ବିଡ଼ିଓ ଆକାଶ ରଞ୍ଜନ ନାୟକଙ୍କୁ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକକୁ ତହସିଲଦାର ଭାବେ ବଦଳି ହୋଇଥିବା ବେଳେ ନୂତନ ବିଡ଼ିଓଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ ଦାୟିତ୍ଵରେ ରହିଥିବା ଶ୍ରୀ ଷଡ଼ଙ୍ଗୀ ଖପ୍ରାଖୋଲ ବ୍ଲକରେ ଯୋଗଦାନ କରିଛନ୍ତି । ଯାହାଫଳରେ ଖପ୍ରାଖୋଲ ବ୍ଲକରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ନବାଗତ ବିଡ଼ିଓଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଖପ୍ରାଖୋଲ ବ୍ଲକର ସମସ୍ତ ପଞ୍ଚାୟତରେ ରହିଥିବା ମୌଳିକ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ରାଜ୍ୟ ସରକାରଙ୍କ ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ସରକାରୀ ଯୋଜନା ଯେଭଳି ପ୍ରତ୍ୟେକ ପଞ୍ଚାୟତରେ ପହଞ୍ଚି ପାରିବ, ଯଦ୍ୱାରା ପ୍ରକୃତ ଗରିବ ହିତାଧିକାରୀମାନେ ଉପକୃତ ହୋଇପାରିବେ ଏବଂ ଆଗକୁ ନିର୍ବାଚନ ଥିବାରୁ ଯେତେ ସବୁ ବିଚାରଧିନ କାର୍ଯ୍ୟ ଅଛି ତାହା ଅତି ଶୀଘ୍ର ସାରିବାକୁ ଚେଷ୍ଟା କରାଯିବ ବୋଲି ନିଜ ପ୍ରତିକ୍ରିୟାରେ ଦାୟିତ୍ଵ ଗ୍ରହଣ କରିଥିବା ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.