ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ଵର ସେବାନିବୃତ୍ତ ଶିକ୍ଷକ ଓ କର୍ମଚାରୀ ବିକାଶ ମଞ୍ଚର ବାର୍ଷିକ ବଣଭୋଜି କାର୍ଯ୍ୟକ୍ରମ ସିଂହାସନୀ ପୀଠରେ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ରୂପେ ଅବସର ପ୍ରାପ୍ତ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଗଦାଧର ରାଉଳ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବରିଷ୍ଠ ମାନେ ପରସ୍ପର ବନ୍ଧୁତା ରକ୍ଷାକରି ଉତ୍ତର ପୀଢ଼ିଙ୍କୁ ସଂସ୍କାର ଦେବାପାଇଁ ପରାମର୍ଶ ଦେଇଥିଲେ । ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ କାମରାଜୁ ମହାରଣା ବରିଷ୍ଠମାନେ ହୃଦୟ ସ୍ୱଚ୍ଛତା ସହ ଭାଇଚାରା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ । ଅବସର ପ୍ରାପ୍ତ ଶିକ୍ଷକ କୋରା ମହାରଣା ସମାଜରେ ସାମ୍ପ୍ରତିକ ପରିସ୍ଥିତିରେ ବରିଷ୍ଠମାନଙ୍କ ସ୍ଥିତି ଉପରେ ମତବ୍ୟକ୍ତ କରିଥିଲେ । ସଭାପତି ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ପତିତପାବନ ବିଷୋୟୀ ବିବରଣୀ ପ୍ରଦାନ କରିଥିଲେ । ପରେ ଆଗାମୀ ଦୁଇବର୍ଷ ପାଇଁ ସଭାପତି ରୂପେ ଶିଶିର କୁମାର ଶତପଥୀ, ଉପ-ସଭାପତି ରୂପେ ପତିତପାବନ ବିଷୋୟୀ ଏବଂ ସମ୍ପାଦକ ରୂପେ ସୁରେନ୍ଦ୍ର କୁମାର ବେହେରାଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ଲକ୍ଷ୍ମୀ ନାରାୟଣ ଶତପଥୀ, ଅନ୍ତର୍ଯ୍ୟାମୀ ଶତପଥୀ ପ୍ରମୁଖ ଉଦବୋଧନ ଦେଇ ସଂଗଠନକୁ ଦୃଢ଼ୀଭୂତ କରିବା ପାଇଁ ପରାମର୍ଶ ଦେଇଥିଲେ ।
Prev Post
Next Post