oom

ବାଜନୀ ସୁରକ୍ଷିତ ଜଙ୍ଗଲରେ ଲାଗିଲା ନିଆଁ

jsmm

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ କର୍ଲ୍ଲାକୋଟ ଗ୍ରାମ ପଞ୍ଚାୟତର ଖଡ଼ିଆଲ ବନଖଣ୍ଡ ଅଧିନସ୍ଥ କିରେଝୋଲାର ବାଜନୀ ସୁରକ୍ଷିତ ଜଙ୍ଗଲରେ ଦୀର୍ଘ ଦୁଇଦିନ ହେବ ଭୟାବହ ଅଗ୍ନିକାଣ୍ଡ ଲାଗି ଥିବା ବେଳେ ଜଙ୍ଗଲ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଥିବା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନିଆଁ ଆୟତକାରୀ ଦଳ ନିୟୋଜିତ ଥିଲେ ମଧ୍ୟ ତାହା ଏଠାରେ ଫେଲ ମାରିଥିବା ଜଣାପଡିଛି । ଜଙ୍ଗଲ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ବିଭିନ୍ନ ନାଚଗୀତ ମାଧ୍ୟମରେ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ସୂଚନା ଦେଉଥିଲେ ମଧ୍ୟ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି ଯଦ୍‌ଦ୍ୱରା କି ହଜାର ହଜାର ସରୀସୃପ ଓ ଛୋଟ ଛୋଟ ଚାରା ସବୁ ନଷ୍ଟ ହୋଇଯାଉଛି । ଏଥିପ୍ରତି ଜଙ୍ଗଲ ବିଭାଗ ଯଥାଶୀଘ୍ର ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ ହେଉଛି ।

jittmm
Leave A Reply

Your email address will not be published.