ଡ.ଇତି ସାମନ୍ତଙ୍କୁ ନିଷ୍ଠା ପରିବାର ତରଫରୁ ସମ୍ବର୍ଦ୍ଧନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ନିଷ୍ଠା ପରିବାର ପକ୍ଷରୁ ଖଣ୍ଡହତା ସ୍ଥିତ କାର୍ଯ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜ ସେବୀ, ସୁସାହିତ୍ୟିକା ତଥା କାଦମ୍ବିନୀ ପତ୍ରିକାର ସମ୍ପାଦିକା ଡଃ ଇତିରାଣୀ ସାମାନ୍ତଙ୍କୁ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନିଷ୍ଠା ପରିବାର ତରଫରୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଡଃ ସମାନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ବିଶିଷ୍ଟ ସମାଜ ସେବୀ, ଆଦର୍ଶ ଶିକ୍ଷକ ତଥା ଟ୍ବିଟର ମେନ ଦିବସ କୁମାର ସାହୁ ଓ ଜନ କଲ୍ୟାଣ ସେବା ଟ୍ରଷ୍ଟ, ବରଗଡ଼ର ପ୍ରତିଷ୍ଠାତା ମୁକୁନ୍ଦ ଦାଶଙ୍କୁ ମଧ୍ୟ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମୋମେଣ୍ଟୋ ଦେଇ ନିଷ୍ଠା ପରିବାର ତରଫରୁ ସମ୍ମାନିତ କରାଯାଇଥିଲା । ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନିଷ୍ଠା ପରିବାରର ସଭାପତି ରକ୍ଷପାଳ ସାହୁ, ଉପ ସଭାପତି କ୍ଷୀରୋଦ୍ର ସାହୁ ମଞ୍ଚସୀନ ଥିବା ବେଳେ ମଦନ ମୋହନ ଦାଶ ମଞ୍ଚ ସଂଯୋଜନା କରିଥିଲେ । ନିଷ୍ଠା ପରିବାରର ମହିଳା ଶାଖା ଏବଂ ନିଷ୍ଠା ପରିବାରର ସଦସ୍ୟମାନେ ସଭା ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.