
ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟରେ ୧୦୬ଟି ପୌରାଞ୍ଚଳ ପାଇଁ ମୋଟ ୧୮୨୫ ୱାର୍ଡର ୪୩୬୦ ବୁଥ୍ରେ ଗତକାଲି ମତଦାନ ହୋଇଛି । ପ୍ରାରମ୍ଭିକ ସୂଚନା ଅନୁସାରେ ରାଜ୍ୟରେ ୬୫ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ବେଳେ ଭୁବନେଶ୍ୱରରେ ୫୦%, କଟକରେ ୬୫% ଏବଂ ବ୍ରହ୍ମପୁରରେ ୪୭% ମତଦାନ ହୋଇଛି । ଅଳ୍ପ କିଛି ସ୍ଥାନକୁ ବାଦଦେଲେ ନିର୍ବାଚନ ମୋଟାମୋଟି ଶାନ୍ତିପୂର୍ଣ୍ଣ ହୋଇଛି । ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ପ୍ରସାନ କରାଯାଇଛି ।