ppurohit

ପଶ୍ଚିମ ଓଡିଶା ବିଶା ଶହେ ତୈଳିକ ସାହୁ ସମାଜର ରାଜ୍ୟସ୍ତରୀୟ କର୍ମକର୍ତ୍ତା ନିର୍ବାଚନ

2nd

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ସ୍ଥାନୀୟ ମେହେର ସମାଜ ଧର୍ମଶାଳାଠାରେ ପଶ୍ଚିମ ଓଡିଶା ବିଶା ଶହେ ତୈଳିକ ସାହୁ ସମାଜର ରାଜ୍ୟସ୍ତରୀୟ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ସମାଜର କାର୍ଯ୍ୟବାହକ ସଭାପତି ସୁଶୀଲ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବଲାଙ୍ଗିର ଜିଲ୍ଲାର ସିନ୍ଧେକେଲା, ବଗଡ଼ା, ସାନକଲଙ୍ଗାପାଲି, ଅଏଁଲାତୁଙ୍ଗା, ବାହାଲଭଟଲି ଅଞ୍ଚଳ ତଥା ବରଗଡ଼ ଜିଲ୍ଲାର ତାଲପାଲି, କଲଙ୍ଗାପାଲି ଅଞ୍ଚଳ ସମେତ ସୋନପୁର, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲାର କର୍ମକର୍ତ୍ତା ଯୋଗ ଦେଇଥିଲେ । ଏହି ଅବସରରେ ସମାଜର ରାଜ୍ୟସ୍ତରୀୟ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା । ନିର୍ବାଚନ ଅଧିକାରୀ ତଥା କାର୍ଯ୍ୟବାହକ ସଭାପତି ଶ୍ରୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ନିର୍ବାଚନରେ ଚୈତନ୍ୟ ସାହୁ ସଭାପତି, ଜୟନ୍ତୀ ଲାଲ ସାହୁ ଉପସଭାପତି, ମୋହନ ସାହୁ ସମ୍ପାଦକ, ପ୍ରଦୀପ କୁମାର ସାହୁ କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିବା ବେଳେ ଗଣମାଧ୍ୟମ ସଂଯୋଜକ ଭାବରେ ଅର୍ଜୁନ କୁମାର ସାହୁ ଏବଂ ଜୟନ୍ତ କୁମାର ସାହୁ ମନୋନୀତ ହୋଇଥିଲେ । ନିର୍ବାଚନ ପରିଚାଳନାରେ ରାଜକୁମାର ସାହୁ ଏବଂ ଗୋପୀନାଥ ସାହୁ ସହଯୋଗ କରିଥିଲେ । ନିର୍ବାଚିତ ପ୍ରତିନିଧିମାନେ ନିର୍ବାଚନ ପରେ ଜାତିର ଇଷ୍ଟ ଦେବୀ ଚଣ୍ଡୀ ସମଲେଇ ପାଟଣେଶ୍ୱରୀଙ୍କଠାରେ ଶପଥ ପାଠ କରିଥିଲେ । ଶେଷରେ ରାଜକୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସମସ୍ତ ଅଞ୍ଚଳ ସଭାପତି ଏବଂ ସଭ୍ୟ ବୃନ୍ଦଙ୍କୁ ପୁଷ୍ପମାଲ୍ୟ ଦେଇ ସମର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.