om academy

ଆଦର୍ଶ ସ୍କୁଲର ହଷ୍ଟେଲ କୋଠାରେ ନିମ୍ନମାନର କବାଟ ଓ ପ୍ଲାଇଉଡର ଝରକା ତିଆରି ଅଭିଯୋଗ

jsm

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକରେ ନିର୍ମାଣ ଚାଲିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ହଷ୍ଟେଲ କୋଠାରେ ଲଗା ଯାଇଥିବା କବାଟ ଓ ଝରକା ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଛି । ସ୍କୁଲ କୋଠାରେ ଆଲୁମିନିୟମ ଝରକା ଓ ନିମ୍ନ ମାନର କବାଟ ଲଗାଯାଇଛି । ହେଲେ ହଷ୍ଟେଲ କୋଠାରେ ଅତି କମ୍ ମୂଲ୍ୟରେ କିଣା ଯାଇଥିବା କବାଟ ଓ ନିମ୍ନମାନର ପ୍ଲାଇଉଡ଼ର ଝରକା ଲଗାଯାଇଛି । ଝରକା ଲଗାଇବା କାମ ସରିବା ପୂର୍ବରୁ ତାହାର ଚୋପା ଖୋଲିଗଲାଣି । ଏ ସଂପର୍କରେ କାମ କରୁଥିବା ମିସ୍ତ୍ରୀମାନଙ୍କୁ ପଚାରିବାରୁ ସେମାନେ କହିଥିଲେ, ୫୧ଟି କବାଟ ଓ ୯୨ଟି ଝରକା ନିର୍ମାଣ କରାଯିବ । ଯାହା କରିବା ପାଇଁ ଦିଆଯାଉଛି, ତାହା କରୁଛନ୍ତି ବୋଲି କହିଥିଲେ । ସେହିପରି ଦାୟିତ୍ୱରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଏଡିଓଙ୍କୁ ପଚାରିବାରୁ କେଉଁ ମାନର କବାଟ ଝରକା ଲଗାଯାଉଛି ତାହା ଦେଖିଲା ପରେ କହିପାରିବେ ବୋଲି ସେ କହିଥିଲେ । କେଉଁ ମାନର ସାମଗ୍ରୀ ଲାଗିବା ପାଇଁ ନିର୍ଦ୍ଦେଶ ଅଛି ବୋଲି ଜାଣିବାକୁ ଚାହିଁଥିଲେ ମଧ୍ୟ କେହି କହୁ ନାହାନ୍ତି । ତେଣୁ ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନିମ୍ନମାନର ପ୍ଲାଇଉଡ ପରିବର୍ତ୍ତନ କରି ଉଚିତ ମାନର ସାମଗ୍ରୀ ବ୍ୟବହାର କରିବାକୁ ଶିକ୍ଷାପ୍ରେମୀ ମହଲରୁ ଦାବୀ ହେଉଛି।
ସୂଚନାଯୋଗ୍ୟ ଯେ, ଦୁଇ ବର୍ଷରୁ ଅଧିକ ହେଲା ସ୍କୁଲ ନିର୍ମାଣ କାମ ଆରମ୍ଭ ହୋଇଛି। ପ୍ରଥମେ ସ୍କୁଲ ଓ ପରେ ହଷ୍ଟେଲ କୋଠା ନିର୍ମାଣ କରିବାକୁ ଟେଣ୍ଡର ହୋଇଥିଲା । ସ୍କୁଲ କୋଠା ନିର୍ମାଣ କରିବା ପାଇଁ ଜଣେ ଓ ହଷ୍ଟେଲ କୋଠା ନିର୍ମାଣ ପାଇଁ ଅନ୍ୟ ଜଣେ ଠିକାଦାର ଚୁକ୍ତି କରିଥିଲେ। ତୁରନ୍ତ ଏହାର ମାନ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହେଉଛି।

Leave A Reply

Your email address will not be published.