‘ୱାର୍ଲ୍ଡ ଡିଜାଇନିଂ ଫୋରମ’ର ସାଧାରଣ ସମ୍ପାଦକ ଭାବରେ ସବ୍ୟସାଚୀ ଶତପଥୀ ନିଯୁକ୍ତ

ଭୁବନେଶ୍ୱର : ୱାର୍ଲ୍ଡ ଡିଜାଇନିଂ ଫୋରମର ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତି ପାଇଲେ ସବ୍ୟସାଚୀ ଶତପଥୀ । ପ୍ରଥମ ଓଡିଆ ପୁଅ ଭାବରେ ସେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କର ଚୟନ ନ୍ୟାସନାଲ କୋର କମିଟିର ନିଷ୍ପତ୍ତି ଅନୁସାରେ କରାଯାଇଛି । ଏଥିରେ ବିଭିନ୍ନ ବିଶ୍ବବିଦ୍ୟାଳୟର କୂଳପତି, ସାଂସଦ ଓ ନ୍ୟାସନାଲ କୋର କମିଟିର ସଦସ୍ୟ ରହିଛନ୍ତି । ଅଙ୍କୁଶ ଅନାମୀ ୱାର୍ଲ୍ଡ ଡିଜାଇନ ଫୋରମର ସିଇଓ ଅଛନ୍ତି। ସେ ସବ୍ୟଶାଚୀଙ୍କ ନିଯୁକ୍ତି ନେଇ ସୂଚନା ଦେଇଛନ୍ତି । ୱାର୍ଲ୍ଡ ଡିଜାଇନ ଫୋରମ ହେଉଛି କେଡିସିଆଇ ଖଦି ଡେଭଲପମେଣ୍ଟ କାଉନସିଲ ଭାରତର ଏକ ଅଂଶ ।

Leave A Reply

Your email address will not be published.