ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ୨୦୨୪ବର୍ଷକୁ ବିଦାୟ ଓ ୨୦୨୫ ନୂତନ ବର୍ଷକୁ ସ୍ୱାଗତ ନିମନ୍ତେ ହଜାର ହଜାର ଜୀବ ହତ୍ୟା କରାଯାଉଥିବା ଦେଖିବାକୁ ମିଳିଛି । ୨୦୨୪ ବର୍ଷର ଶେଷ ଦିନ ମଙ୍ଗଳବାର ଓ ୨୦୨୫ ନୂତନ ବର୍ଷଟି ବୁଧବାର ଦିନ ହେଉଥିବାରୁ ଆମିଷ ଦୋକାନରେ ଭିଡ଼ ପରିଲକ୍ଷିତ ହୋଉଛି । ମାଝୀଗୁଡା ପଞ୍ଚାୟତରେ ହେଉଥିବା ସାପ୍ତାହିକ ହାଟ ବା ବଜାରରେ କୁକୁଡ଼ା, ଛେଳି, ମେଣ୍ଡା କିଣିବାରେ ଲୋକମାନଙ୍କ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି । କୁକୁଡ଼ା ଗୋଟାକ ୬୦୦ରୁ ହଜାର ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ବେଳେ ଛେଳି ଓ ମେଣ୍ଢା ଗୋଟାକ ୬୦୦୦ ଟଙ୍କାରୁ ଆରମ୍ଭ କରି ୧୫୦୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ଦେଖିବାକୁ ମିଲୁଛି । ନୂତନ ବର୍ଷ ସ୍ୱାଗତ ଅବସରରେ ଘରେ ଘରେ ଓ ସାଙ୍ଗ ସାଥିମେଳ ହୋଇ ଭୋଜି ଭାତ କରି ମଧ୍ୟ ରାତ୍ରୀରେ ବାଣ ଫୁଟାଇ ସ୍ୱାଗତ କରିଥାନ୍ତି । ଏହି ଅବସରରେ ଦୁଇଦିନ ଧରି ବଜାରରେ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି ।