ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତର ବି.କାଇଁଚପୁର ଗ୍ରାମରେ ପବିତ୍ର ମହା ଶିବରାତ୍ରି ଅବସରରେ ନାଟ୍ୟ ନିର୍ଦ୍ଦେଶକ ଭାସ୍କର ପାତ୍ର ଓ ସହନିର୍ଦ୍ଦେଶକ ସିଲୁ କୁମାର ବେଜଙ୍କ ନାଟ୍ୟ ନିର୍ଦ୍ଦେଶନାରେ “ରାଧା ହଜିଗଲା ଅଧା ବାଟରେ” ସାମାଜିକ ନାଟକ ମଞ୍ଚସ୍ଥ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ଉଦ୍ଘାଟକ ଭାବେ ସ୍ଥାନୀୟ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ରବୀନ୍ଦ୍ରନାଥ ବେହେରା ଓ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ତଥା ଅବସରପ୍ରାପ୍ତ ଶିକ୍ଷାବିତ ବିଜୟ କୁମାର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଟକର ଶୁଭ ଉଦ୍ଘାଟନ କରିଥିଲେ । ଗଞ୍ଜାମ ପ୍ରେସ୍ କ୍ଳବ ସଭାପତି ତଥା ଗଞ୍ଜାମ ସାଂସ୍କୃତିକ ମଞ୍ଚ ସଭାପତି ଶବର କୁମାର ତରାଇ, ଗଂଜାମ ପ୍ରେସ୍ କ୍ଳବ ଉପଦେଷ୍ଟା ତଥା ଗଞ୍ଜାମ ସାଂସ୍କୃତିକ ମଞ୍ଚ ଉପଦେଷ୍ଟା ଉମାକାନ୍ତ ବେହେରା, ପୂର୍ବତନ ସମିତି ସଭ୍ୟ ତଥା ଜିଲ୍ଲା ପରିଷଦ ପ୍ରତିନିଧି କୈଳାସ ଚନ୍ଦ୍ର ସ୍ୱାଇଁ, ପୂର୍ବତନ ଗଂଜାମ ବ୍ଲକ ବିଜେଡି ସଭାପତି ବନବାସୀ ଖୁଣ୍ଟିଆ, ଶିକ୍ଷାବିତ ମନ୍ମଥ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନାଟକରେ ଅଭିନୟ କରୁଥିବା କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ଗ୍ରାମ୍ୟ ସଭାପତି ସୁରେନ୍ଦ୍ର ପ୍ରଧାନ ଉଦ୍ଘାଟନୀ ଉତ୍ସବରେ ସଭାପତିତ୍ୱ କରିଥିବା ବେଳେ ନାଟ୍ୟ ପରିଚାଳନା କମିଟିର କର୍ମର୍କା ଓ ସଦସ୍ୟ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ବସନ୍ତ, ସିଲୁ, ନିରୁ, ମିଥୁନ, ବୁଲୁ, କାମେଶ୍ୱର, ଆନନ୍ଦ, ପଞ୍ଚାନନ, ରାଜେଶ, ଫକିର, ରବିନ୍ଦ୍ର, ଅଶ୍ୱିନି, ଝୁମୁରି, ରାଧା, ଗୁନୁ, ମାମା, ଅଂଶୁ, ସ୍ୱାଧୀନ ପ୍ରମୁଖ ବିଭିନ୍ନ ଭୂମିକାର ଉଚ୍ଚକୋଟିର ଅଭିନୟ ଦର୍ଶକଙ୍କ ମନ ମୋହିଥିଲେ । ଉକ୍ତ ନାଟକ ଦେଖିବା ପାଇଁ ବହୁ ଜନ ସମାଗମ ହୋଇଥିଲା ।