jayashree

କରୋନା ସଚେତନତା ଉପରେ ନାରୀ କବି ସମ୍ମିଲନୀ

ପାଟଣାଗଡ଼, (ପୁସ୍ତମ୍ ଯୁଆଡି) : ପାଟଣାଗଡର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ କୋସଲି ଡେରା ତରଫରୁ କରୋନା ସଚେତନତା ଉପରେ ଏକ ନାରୀ କବି ସମ୍ମିଳନୀ ଆଭାସୀ ମାଧ୍ୟମରେ ଆୟୋଜିତ ହୋଇ ଯାଇଛି ।
“କରୋନା କେ ହରାମା” ଶୀର୍ଷକ ଉପରେ ଆଧାରିତ କାର୍ଯ୍ୟକ୍ରମ ନଅ ଜଣ ନାରୀକବି କୋସଲି କବିତା ପାଠ କରିଥିଲେ । ସବିତା ଭୋଇ କବିତା ଆସରକୁ ସଂଯୋଜନା କରିଥିଲେ । କରୋନା ମହାମାରୀ କବଳରେ ସାରା ବିଶ୍ୱ କବଳିତ ଥିଲାବେଳେ ମାନସିକ ଚାପଗ୍ରସ୍ତ ବିଶ୍ୱବାସୀଙ୍କୁ ସଚେତନ ଓ ଉତ୍ସାହିତ କରିବା ନିମନ୍ତେ ଆୟୋଜିତ ହୋଇଥିଲା କବିତା ଆସର । ଏହି ଅବସରରେ ପ୍ରୀତିନନ୍ଦା ପାଣିଗ୍ରାହୀ(ସମ୍ବଲପୁର), ସଂଯୁକ୍ତା ପରିଛା(ପାଟଣାଗଡ), ସାବିତ୍ରୀ ସାହୁ(ଧଣ୍ଡାମୁଣ୍ଡା), ସାଧବୀ ସାହୁ(ସିନ୍ଧେକେଲା), ମାନିନୀ ମେହେର(ବିଜେପୁର), ନମୀତା ଦୀପ ଯାଦବ(ବରଗଡ), ସାଗରିକା ସାହୁ (ଗାଇସିଲେଟ) ପ୍ରମୁଖ ନାରୀ କବି ସ୍ୱରଚିତ କରୋନା ସଚେତନତା ଧର୍ମୀ କୋସଲି କବିତା ପାଠ କରିଥିଲେ । ଆମ ଅଞ୍ଚଳର ଅନେକ ସାହିତ୍ୟ ପ୍ରେମୀ ଯୋଗ ଦେଇ ନାରୀକବିମାନଙ୍କୁ ଉତ୍ସାହିତ କରିଥିଲେ । ଭକ୍ତବନ୍ଧୁ ବିଶ୍ୱାଲ, ଲାଲଚନ ବଗର୍ତ୍ତୀ, ସନ୍ତୋଷ କୁମାର ଦାଶ, ଟୁକୁ ପ୍ରିୟବ୍ରତ ପଣ୍ଡା, ଆଶୁତୋଷ ଠାକୁର, ଧରମ ସିଂ ଧରୁଆ, ସତ୍ୟାନନ୍ଦ ଭୋଇ, ରାଜେଶ ଶର୍ମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ କ୍ଷୀରୋଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.