ସଇଁତଲାରେ ୨୪ ପହରୀ ନାମଯଜ୍ଞ ଉଦ୍‌ଯାପିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରର ହାଟପଡାଠାରେ ଚାଲିଥିବା ୨୪ ପହରୀ ନାମଯଜ୍ଞ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଏହି ପହରୀରେ ସୀତାରାମ ପଟ୍ଟନାୟକ ଓ ଧର୍ମପତ୍ନୀ କୁମଦିନୀ ପଟ୍ଟନାୟକ କର୍ତ୍ତା ଦାୟିତ୍ୱ ତୁଲାଇଥିବା ବେଳେ ପଣ୍ଡିତ ଭାବରେ ଧ୍ରୁବଚରଣ ଯୋଷୀ, କିରଣ ମିଶ୍ର, ମାନସ ମିଶ୍ର, ନବଘନ ଷଡ଼ଙ୍ଗୀ, ସୁରେନ୍ଦ୍ର ମିଶ୍ର ପ୍ରମୁଖ ପୂଜାର୍ଚ୍ଚନା କାର୍ଯ୍ୟ ତୁଲାଇଥିଲେ । ଏହି ପହରୀ ୩ ଦିନ ଧରି ଚାଲିଥିବା ବେଳେ ଭକ୍ତମାନଙ୍କ ପ୍ରବଳ ଜନ ସମାବେଶ ହୋଇଥିଲା । ଏହି ପହରୀରେ ବରଗଡ଼, ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ସୋନପୁର ତଥା ନୂଆପଡା ଜିଲ୍ଲା ଦଳଗୁଡିକ ସାମିଲ ହୋଇଥିଲେ । ଏହାର ପୂର୍ଣ୍ଣାହୁତି ସମୟରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ସଇଁତଲା ବ୍ଲକ ଅଧ୍ୟକ୍ଷ ମୋନିକା ସିଂ ଭୋଇ, ସ୍ଥାନୀୟ ଯୁବ ସରପଞ୍ଚ ତଥା ଇଂ ସୁବ୍ରତ ନାଗ ଯାଦବ, କମିଟିର ସମ୍ପାଦକ ତଥା ଆଇନଜୀବୀ ସୁବୋଧ ମିଶ୍ର, କମିଟି ସଦସ୍ୟ ଦୁର୍ବାଦଳ ପସାୟତ, ଗଦାଧର ଦଣ୍ଡସେନା, ସର୍ବେଶ୍ୱର ଦଣ୍ଡସେନା, ଚୈତନ୍ୟ ପଟ୍ଟନାୟକଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ । ଏହାପରେ ସନ୍ଧ୍ୟାରେ ବୈଠକୀକୀର୍ତନ ଅନୁଷ୍ଠିତ ହୋଇଥିଲା । ଏଥିରେ ସୋନପୁର ଜିଲ୍ଲା ଆଶାବତୀ ମଲ୍ଲିକ ଓ ବରଗଡ଼ ଜିଲ୍ଲାର ଦେବକୀ ସାହୁ ଯୋଗ ଦେଇଥିଲେ । ପରେ ଉଭୟ ଦଳଙ୍କୁ ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂ ଭୋଇ ମାନପତ୍ର ଓ ନଗଦ ରାଶି ପ୍ରଦାନ କରିଥିଲେ । ଏହି ପହରୀ ସମୟରେ ଗ୍ରାମବାସୀ ତଥା ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.