ସୌର ଚାଳିତ ନଳକୂଅ ଅଚଳ : ମରାମତି ପାଇଁ ପଂଚାୟତକୁ ହସ୍ତାନ୍ତର ପରେ ଦୁର୍ଦଶା ବଢୁଥିବା ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ପାନୀୟ ଜଳ ସମସ୍ୟା ଦୂର କରିବାକୁ ପଂଚାୟତ ଗୁଡିକକୁ ଦାୟିତ୍ୱ ଦେଇଛନ୍ତି । ହେଲେ ନଳକୂପ ମରାମତି ପଂଚାୟତକୁ ହସ୍ତାନ୍ତର ପରେ ଦୁର୍ଦଶା ବଢୁଛି ବୋଲି ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାଇ ବେଲପଡ଼ା ବ୍ଲକ ତେନ୍ତୁଳିମୁଣ୍ଡା ପଂଚାୟତର ତେନ୍ତୁଳିମୁଣ୍ଡା ଗ୍ରାମ ସ୍କୁଲପଡାରେ ଥିବା ସୌର ଚାଳିତ ନଳକୂପ ଓ ସପ୍ଲାଇ ପାଣି ଦୀର୍ଘ ତିନି ମାସ ହେବ ଅଚଳ ହେତୁ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ଅଛନ୍ତି । ସେହିପରି ଖପ୍ରାଖୋଲ ବ୍ଲକ ଚଂଘରିଆ ପଂଚାୟତ ରେଙ୍ଗାଳଜୁରୀ ଗ୍ରାମର ଏକ ମାତ୍ର ସୌର ଚାଳିତ ନଳକୂପ ଦୀର୍ଘ ଦିନ ହେବ ଅଚଳ ହୋଇ ପଡିଥିବା ସୂଚନା ମିଳିଛି । ବର୍ତମାନ ଗ୍ରୀଷ୍ମ ପ୍ରବାହରେ ଗ୍ରାମବାସୀ ପାନୀୟ ଜଳ ପାଇଁ ଡହକ ବିକଳ ହେଉଛନ୍ତି । ଗ୍ରାମବାସୀମାନେ ଖୋଲା କୂଅରୁ ପାଣି ବ୍ୟବହାର କରୁଛନ୍ତି । ଯାହାଫଳରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଦେଖା ଦେଇଛି । ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.