୫୦୦ ମିଟର ରାସ୍ତାକୁ ୧୦ ବଡ ହମ୍ପସ୍‌ : ଦୁର୍ଦ୍ଦଶା ଭୋଗୁଛନ୍ତି ବରିଷ୍ଠ ଓ ଭିନ୍ନକ୍ଷମ ନାଗରିକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଚକାଚକ୍ ରାସ୍ତାକୁ ବରବାଦ କରିଦେଲେ ଯନ୍ତ୍ରୀ ଓ ଠିକାଦାର । ସୁବର୍ଣ୍ଣପୁର ସହରର ପୁରୁଣା ବସ୍ତି ଗାର୍ଲ୍ସ ହାଇସ୍କୁଲ ଛକ ଠାରୁ ବଡ଼ବଜାର ରାସ୍ତା ପୌର ପରିଷଦ ପକ୍ଷରୁ ନୂତନ ଭାବରେ ତିଆରି ହୋଇଛି । ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ପଡି ରହିଥିବା ରାସ୍ତା ନୂତନ ଚକାଚକ୍ ଭାବରେ ତିଆରି ହେଲା ସମସ୍ତେ ଖୁସି ଥିଲେ କିନ୍ତୁ ଏହା ବରିଷ୍ଠ ନାଗରିକ ତଥା ଭିନ୍ନକ୍ଷମ ମାନଙ୍କ ପାଇଁ ନାହି ନ ଥିବା ଦୁଃଖ ଆଣି ଦେଇଛି । ଗାର୍ଲ୍ସ ହାଇସ୍କୁଲ ଠାରୁ ବଡ଼ବଜାର ୫୦୦ ମିଟରକୁ ୧୦ଟି ହମ୍ପସ ତାହା ପୁଣି ସହରୀକରଣ ହମ୍ପସ ନ ହୋଇ ପିଚୁରେ ତିଆରି ବଡ଼ ବଡ଼ ହମ୍ପସ ହୋଇ ଥିବାରୁ ସ୍କୁଟି ତଥା ବାଇକର ତଳ ପଟେ ବାଜି ଯାଉଛି । ଭିନ୍ନକ୍ଷମ ମାନଙ୍କ ତିନି ଚକିଆ ସାଇକଲ ନେବାରେ ବହୁ ଅସୁବିଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଥିବା ଅଭିଯୋଗ ହେଉଛି । ବଡ ବଡ ହମ୍ପସ ପାଇଁ ପ୍ରତ୍ୟହ ଛୋଟ ଛୋଟ ଦୁର୍ଘଟଣା ଘଟୁଥିବା ଦେଖାଯାଉଛି । ସହର ମଧ୍ୟରେ ହମ୍ପସ ନିର୍ମାଣ ବେନିୟମ ହୋଇଥିବା ବେଳେ କିଛି ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଯଥା ଗାର୍ଲ୍ସ ହାଇସ୍କୁଲ ଏବଂ ଟିକିରିପଡା ଦୂର୍ଗାପୂଜା ମଣ୍ଡପ ନିକଟରେ କେବଳ ତିନି ଚାରି ଗୋଟି ନୂତନ ଶୈଳୀରେ ହମ୍ପସ ନିର୍ମାଣ ହୋଇଥିଲେ ମଧ୍ୟ ଚଳିଥାନ୍ତା କିନ୍ତୁ ଏହା ପୌର ପ୍ରଶାସନ ନା କାହାର ମାନମନି ଏନେଇ ବୁଦ୍ଧିଜୀବୀ ପ୍ରଶ୍ନ କରିଥିବା ବେଳେ ପୌର ପରିଷଦର ନିର୍ବାହୀ ଅଧିକାରୀ ୠଷି ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସ୍ଥାନୀୟ କିଛି ଯୁବକଙ୍କ ଅଭିଯୋଗ କ୍ରମେ ଏହା ନିର୍ମାଣ କରାଯାଇଥିବା କଥା କହିଥିଲେ । ତୁରନ୍ତ ବେଆଇନ ହମ୍ପସ ରାସ୍ତାରୁ ହଟାଯିବା ସହ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ନୂତନ ଭାବରେ ଆସୁଥିବା ସ୍ପିଡ୍ ବ୍ରେକର ଦିଆଯିବା ପାଇଁ ଜନସାଧାରଣ ତଥା ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.