ହିଞ୍ଜିଳି ଥାନା ଚୈତନ୍ୟପଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଥାନା ଅଧିନସ୍ଥ ଚୈତନ୍ୟପଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଖବର ମିଳିଛି । ଉକ୍ତ ଗ୍ରାମର ଗ୍ରାମବାସୀଙ୍କ କହିବା ଅନୁସାରେ ସାପ କାମୁଡାରେ ମୃତ୍ୟୁ ହୋଇଥିବା କୁହାଯାଉଛି । ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଥିଲା କିନ୍ତୁ ମୃତ ଶରୀରକୁ ଦେଖି ସେଠାରୁ ଆମ୍ବୁଲାନ୍ସ ଫେରିଯାଇଥିବା ଜଣାପଡିଛି । ଏପର୍ଯ୍ୟନ୍ତ ସ୍ଥାନୀୟ ଥାନାକୁ ଜଣାଯାଇନଥିବା ମଧ୍ୟ ଜଣାପଡିଛି । ମୃତ ଶରୀରକୁ ଶ୍ମଶାନକୁ ନିଆଯାଇ ବ୍ୟକ୍ତିଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.