ଦନ୍ତା ହାତୀର ମୃତଦେହ ଠାବ : ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ରେଞ୍ଜର ବାରାଗଡିଆ ଗାଁର ପୁରସ୍ତମ ସିଂଙ୍କ ବାଡ଼ିରେ ଏହି ଦନ୍ତା ହାତୀର ମୃତଦେହ ଠାବ ହୋଇଥିବା ଜଣାପଡିଛି । ହାତୀ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ବନ ବିଭାଗ ତଦନ୍ତ ଜାରି ରଖିଛି । ଏହି ଘଟଣା ରବିବାର ବିଳମ୍ବିତ ରାତିରେ ଘଟିଥିବା ଜଣାପଡିଛି । ଉକ୍ତ ଦନ୍ତା ହାତୀଟି କୁଲଡିହା ଅଭୟାରଣ୍ୟର । ଅଭୟାରଣ୍ୟକୁ ସଂଲଗ୍ନ ଥିବା ତିନିକୋଶିଆ, ଗୋପାଳପୁର ଓ ଅଯୋଧ୍ୟା ସଂରକ୍ଷିତ ଜଙ୍ଗଲରେ ବହୁ ଦିନ ଧରି ରହି ଆସୁଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.