om academy

ଦଳିଦେଲା ଦନ୍ତା : ଜଣେ ମୃତ

jsm

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଦଳି ଦେଲା ଦନ୍ତା ହାତୀ, ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ରେଞ୍ଜ ଅନ୍ତର୍ଗତ ପୋଢ଼ହଳ ସଂରକ୍ଷିତ ଜଙ୍ଗଲରେ । ମୃତକ ବାରିଙ୍ଗ ଗୁରାପଡ଼ା ସାହିର ୫୦ ବର୍ଷୀୟ କାଶୀନାଥ ପ୍ରଧାନ ବୋଲି ଜଣାପଡିଛି । ସୂଚନା ମୁତାବକ ପ୍ରତିଦିନ ପରି ଶ୍ରୀ ପ୍ରଧାନ ଗତକାଲି ମଧ୍ୟ କାଠ ବାଉଁଶ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇ ଆଉ ଫେରି ନଥିଲେ । ଘର ଲୋକ ବହୁତ୍ ଖୋଜାଖୋଜି କରିବା ପରେ ପୋଢ଼ହଳ ସଂରକ୍ଷିତ ଜଙ୍ଗଲର ବାରିଙ୍ଗ- ଲେଙ୍ଗାରପାଯୁ ଜଙ୍ଗଲିଆ ରାସ୍ତା ନିକଟରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ପାଖରେ ହାତୀପଲ ଥିବାରୁ ସ୍ଥାନୀୟ ରେଞ୍ଜ ଅଧିକାରୀଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.