jayashree

ଏନ୍‌ଏସି ମାନ୍ୟତା ଦାବି ତେଜୁଛି : ବଙ୍ଗୋମୁଣ୍ଡା ପଞ୍ଚାୟତକୁ ପୁଣି ଏନ୍‌ଏସି ମାନ୍ୟତା ଦାବି

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ରାଜୁଡା ଅମଳର ବଙ୍ଗୋମୁଣ୍ଡା ପଞ୍ଚାୟତକୁ ଦୀର୍ଘ ବର୍ଷ ଧରି ଏନ୍‌ଏସି ମାନ୍ୟତା ଦାବି ହୋଇଆସୁଛି । ବଙ୍ଗୋମୁଣ୍ଡାକୁ ଏନ୍‌ଏସି ମାନ୍ୟତା ଦାବି ପାଇଁ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ ସରକାରୀ ସ୍ତରରେ ଅଣଦେଖା କରାଯାଉଥିବାରୁ ସଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବଙ୍ଗୋମୁଣ୍ଡା ଏନ୍‌ଏସି ମାନ୍ୟତାର ସମସ୍ତ ଯୋଗ୍ୟତା ମାନଦଣ୍ଡ ଥିବା ସତ୍ତ୍ୱେ ଏନ୍‌ଏସି ଘୋଷଣା ହୋଇନପାରିବା ପରିତାପର ବିଷୟ । ପୂର୍ବରୁ ଆନ୍ଦୋଳନ ଜୋରଦାର ହୋଇଥିଲା । ଏପରିକି ବ୍ଲକ ସମ୍ମୁଖରେ ଏନ୍‌ଏସି ମାନ୍ୟତା ଦାବି ନେଇ ଆମରଣ ଅନଶନ ମଧ୍ୟ କରାଯାଇଥିଲା । ରାଜୁଡା ଅମଳର ବଙ୍ଗୋମୁଣ୍ଡା ଉପରେ ବଙ୍ଗୋମୁଣ୍ଡା, ତୁରେକେଲା, ମୁରିବାହାଲ ବ୍ଲକର ଅନେକ ଗ୍ରାମର ଲୋକେ ନିର୍ଭର କରିଥାନ୍ତି । ବଲାଙ୍ଗିର ଜିଲାର ଉପାନ୍ତ ତଥା ନୂଆପଡା, କଳାହାଣ୍ଡି ଜିଲ୍ଲାକୁ ସଂଯୋଗ କରୁଥିବାରୁ ବଙ୍ଗୋମୁଣ୍ଡାର ଆହୁରି ଗୁରୁତ୍ୱ ରହିଛି । ଏନ୍‌ଏସି ମାନ୍ୟତା ପାଇଁ ସମସ୍ତ ଯୋଗ୍ୟତା ମାନଦଣ୍ଡ ରହିଥିବା ସତ୍ତ୍ୱେ ବଙ୍ଗୋମୁଣ୍ଡା ଏନ୍‌ଏସି ଘୋଷଣା ହୋଇ ପାରିନାହିଁ । ପୂର୍ବ ସରକାର ସମୟରେ ଏନ୍‌ଏସି ଘୋଷଣାରୁ ବାଦ ପଡିଥିଲା । ଆନ୍ଦୋଳନ ଆହୁରି ତୀବ୍ରତର ହୋଇଥିଲା । ବ୍ଲକ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ । ପୂର୍ବରୁ ବିଭିନ୍ନ ସମୟରେ ଗଣଧାରଣା, ବଙ୍ଗୋମୁଣ୍ଡା ଦୋକାନ ବଜାର ବନ୍ଦ, କାର୍ଯ୍ୟାଳୟ ବନ୍ଦ, ଆମରଣ ଅନଶନ ଆଦି ଆନ୍ଦୋଳନ ସହିତ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ରାଜ୍ୟପାଳ ଏବଂ ମନ୍ତ୍ରୀ, ଅଧିକାରୀ ମାନଙ୍କୁ ମଧ୍ୟ ଦାବିପତ୍ର ଦିଆଯାଇଛି । ନୂତନ ସରକାର ଗଠନ ପରେ ପୁଣି ଥରେ ଏନ୍‌ଏସି ମାନ୍ୟତା ପାଇଁ ଦାବି ଉଠୁଛି । ଏପରିକି କଣ୍ଟାବାଞ୍ଜି ବିଧାୟକଙ୍କୁ ମଧ୍ୟ ଏନ୍‌ଏସି ମାନ୍ୟତା ପାଇଁ ଦାବିପତ୍ର ଦିଆଯାଇଛି । ବଙ୍ଗୋମୁଣ୍ଡା ବାସୀଙ୍କର ଦୀର୍ଘ ବର୍ଷର ଦାବି ନୂତନ ସରକାରରେ ପୂରଣ ହେବ ବୋଲି ଅଞ୍ଚଳବାସୀ ଆଶା କରିଛନ୍ତି । ବଙ୍ଗୋମୁଣ୍ଡାକୁ ଏନ୍‌ଏସି ମାନ୍ୟତା ଦାବି ନେଇ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଅଜିତ ଯୋଶୀଙ୍କ ଆବାହାକତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଜେପି ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ନରସିଂହ ଥନାପତି, ଆନନ୍ଦ ଅଗ୍ରୱାଲ, ମାନଭଞ୍ଜନ ସରାଫ, ପୂର୍ବତନ ସରପଞ୍ଚ ସୁଶାନ୍ତ ଯୋଶୀ, ପୂର୍ବତନ ଜିଲ୍ଲାପରିଷଦ ଦେବଦତ୍ତ ସରାଫ, ବିକାଶ ଜୈନ, କଳ୍ପେନ୍ଦ୍ର ସରାଫ, କ୍ଷୀରେନ୍ଦ୍ର ସାହୁ, ବୃନ୍ଦା ହାତୀ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ପୁଣି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.