jayashree

ଗୁପ୍ତେଶ୍ୱର ପୀଠରେ ମକର ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତକୁ ଲାଗିରହିଛି ଗନ୍ଧମାର୍ଦ୍ଦନ ପର୍ବତ । ପାହାଡ଼ ପର୍ବତ ଘେରା ନିଘଞ୍ଚ ଜଙ୍ଗଲ ମଧ୍ୟରେ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ବାବାଙ୍କ ପୀଠ । ଆଜି ମକର ସଂକ୍ରାନ୍ତି । ଏ ଅବସରରେ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ବାବାଙ୍କ ପୀଠଠାରେ ବାବାଙ୍କ ପୂଜା ଅର୍ଚ୍ଚନା ସମେତ ବିଶ୍ୱର ମଙ୍ଗଳ କାମନା, ରୋଗ ନିରୋଧ, ସହ ନିଜ ନିଜର ମନସ୍କାମନା ପାଇଁ ହୋମଯଜ୍ଞ ଅୟୋଜନ କରାଯାଇଥିଲା । ଏହି ପୂଜା ଅର୍ଚ୍ଚନାରେ ଯଜମାନ ସ୍ୱରୂପ ନବୀନ ସାହୁ ଓ ତାଙ୍କ ଧର୍ମପତ୍ନୀ ଜୟନ୍ତୀ ସାହୁ ଓ ମଧୁସୂଦନ ମେହେର କାର୍ଯ୍ୟ ତୁଲାଇ ଥିଲେ । ଏହି ଅବସରରେ ମୁଖ୍ୟ ଅଥିତି ଭାବ ଯମୁନା କନ୍ଧୁଣୀ ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡା ଯୋଗ ଦେଇଥିଲେ । ଏ କାର୍ଯ୍ୟକ୍ରମରେ କୁଞ୍ଜ ସାହୁ, ବିକ୍ରମ ସରାଫ, ଗୌତମ, ଅନ୍ତ ରାମ, ଅନାଦି ସାହୁ, ଭୁଜ ସାହୁ, ମୋହନ ସାହୁ, ପରିତୋଷ ସାହୁ ଯୋଗଦାନ କରି ବିଶ୍ୱ ଶାନ୍ତି ପାଇଁ କାମନା କରିଥିଲେ ।

Leave A Reply

Your email address will not be published.