+୨ ପରୀକ୍ଷା ଫଳରେ ମହାବୀର କଲେଜର ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଯୁକ୍ତ୨ କଳାର ପରୀକ୍ଷା ଫଳ ପ୍ରକାଶ ପାଇ ସାରିଥିବା ବେଳେ ନିକଟସ୍ଥ ପୁଇଁନ୍ତଲାରେ ଥିବା ମହାବୀର କଲେଜର ଛାତ୍ରଛାତ୍ରୀମାନେ ବେଶ୍‌ ସଫଳତା ଅର୍ଜନ କରିଛନ୍ତି । କଲେଜରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଦଶମ ଶ୍ରେଣୀର ମାର୍କ ଅପେକ୍ଷା ଯୁକ୍ତ୨ ମାର୍କରେ ୧୭.୫% ବୃଦ୍ଧି ହୋଇଛି । ଚଳିତ ବର୍ଷ କଲେଜରେ ଅଭିମନ୍ୟୁ ମେହେର ୬୮% ଆଣି କଳେଜରେ ଟପ୍ପର ହୋଇଛନ୍ତି । ଛାତ୍ରଛାତ୍ରୀମାନେ ପ୍ରଥମ ଶ୍ରେଣୀରେ ୫ଜଣ, ଦି୍ୱତୀୟ ଶ୍ରେଣୀରେ ୧୯ ଜଣ ଏବଂ ତୃତୀୟ ଶ୍ରେଣୀରେ ୬ଜଣ ଛାତ୍ରଛାତ୍ରୀ ଊତ୍ତୀର୍ଣ୍ଣ ହୋଇଛନ୍ତି ବୋଲି କଲେଜ ଅଧକ୍ଷ ବିଜୟ କୁମାର ହୋତା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.