oom

ମାଛ ନେଇ ଗଲେ ସ୍ଥାନୀୟ ଲୋକେ : ମାଛ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ, ଆହତ ଡ୍ରାଇଭର ଡାକ୍ତରଖାନାରେ ଭର୍ତ୍ତି

jsmm

ସଇଁ‌ନ୍ତଲା, (ଅଜିତ କୁମାର ସାହୁ) : ମାଛ ବୋଝେଇ ପିକଅପ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ମହାଗାଁ ଛକ ନିକଟରେ ମାଛ ବୋଝେଇ ପିକଅପ ଗାଡି ଏକ ନିମ୍ବ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କିନ୍ତୁ ସ୍ଥାନୀୟ ଲୋକମାନେ ଗାଡ଼ିରେ ଥିବା ମାଛ ଗୁଡିକ ନେଇ ଯାଇଥିବା ଜଣାପଡିଛି । ସୂଚନା ମତେ ଆଜି ସକାଳୁ ୫ଟା ସମୟରେ କେସିଙ୍ଗା ଠାରୁ ବଲାଙ୍ଗିର (କୁରୁଲ) ଅଭିମୁଖେ ଯାଉଥିବାବେଳେ ୨୬ ନଂ ଜାତୀୟ ରାଜପଥ ମହଗାଁ ଛକଠାରେ ଥିବା ଏକ ନିମ୍ବ ଗଛକୁ ଧକା ଦେଇଥିଲା । ଫଳରେ ମାଛ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଖବର ପାଇ ବା ପରେ ଘଟଣା ସ୍ଥାନରେ ସଇଁ‌ନ୍ତଲା ପୋଲିସ ପହଂଚି ଆହତ ଡ୍ରାଇଭରଙ୍କୁ ସଇଁନ୍‌ନ୍ତଲା ଡାକ୍ତରଖାନାକୁ ପଠାଇ ଚିକିତ୍ସିତ କରାଇଥିଲେ । ତେବେ ମାଛ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ ହେବାର ସୁଯୋଗ ନେଇ ସ୍ଥାନୀୟ ଲୋକେ ଗାଡିରୁ ମାଛ ନେଇ ଯାଇଥିବା ଜଣାପଡିଛି ।

jittmm
Leave A Reply

Your email address will not be published.