ଜିନ୍ଦଲ ଫାଉଣ୍ଡେସନ୍‌ ତରଫରୁ ପାଟଣାଗଡ଼ରେ ୧୦୮ ଫୁଟ୍‌ର ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ଲୋକାର୍ପିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରମାଇ ହାଇସ୍କୁଲ ପଡିଆରେ ଜିନ୍ଦଲ ଫାଉଣ୍ଡେସନ୍‌ ତରଫରୁ ୧୫୦ତମ ୧୦୮ ଫୁଟ୍‌ର ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ଲୋକାର୍ପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ, ବଲାଙ୍ଗିର ଜିଲ୍ଲାପାଳ, ବଲାଙ୍ଗିର ଏସ୍‌ପି, ପାଟଣାଗଡ଼ ଉପଜିଲ୍ଲାପାଳ ଓ ଜିନ୍ଦଲ ଫାଉଣ୍ଡେସନ୍‌ର କର୍ମକର୍ତ୍ତା ଯୋଗ ଦେଇଥିଲେ । କୁରୁକ୍ଷେତ୍ରର ସାଂସଦ ନବୀନ ଜିନ୍ଦଲ ଦେଶର ବିଭିନ୍ନ ସହରରେ ଜାତୀୟ ପତାକାସ୍ତମ୍ଭ ସ୍ଥାପନ କରୁଥିବା ବେଳେ ଏହା ହେଉଛି ୧୫୦ତମ ଜାତୀୟ ପତାକା । ଜାତୀୟ ପତାକାକୁ ସମ୍ମାନ ଦେବା ଓ ତାର ରକ୍ଷଣାବେକ୍ଷଣ କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ଏଣୁ ଏହି ପତାକାର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ଉପମୁଖ୍ୟମନ୍ତ୍ରୀ ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.

error: Content is protected !!